Advertisment

କରୋନା: ଓଡ଼ିଶା ରିପୋର୍ଟର ନାମରେ ମିଛ ଖବର

ଭୁବନେଶ୍ୱର: କରୋନା ବାବଦରେ ସଚେତନତା ବଦଳରେ କିଛି ମିଛ ଖବର ଏବେ ଭାଇରାଲ ହେବାରେ ଲାଗିଛି। ଏହି କ୍ରମରେ ଆଜି କେହି ଜଣେ ‘ଓଡ଼ିଶା ରିପୋର୍ଟର’ର ଡେଟ୍ ଲାଇନ୍ ଲେଖାଥିବା ଏଭଳି ଏକ ଖବର ହ୍ୱାଟ୍ସଆପ୍‌ରୁ ହ୍ୱାଟ୍ସଆପ୍‌କୁ ବୁଲାଉଥିବା ଆମ ନଜରକୁ ଆସିଛି। ଏଥିରେ ଲେଖା ଅଛି ଅନୁଗୋଳର ଜଣେ ଠିକା କର୍ମଚାରୀ କୁଆଡ଼େ କରୋନା ସନ୍ଦେହରେ କଟକ ସ୍ଥିତ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେ କର୍ମଚାରୀ ଜଣକ ‘ଟାଟା ଷ୍ଟିଲ ବିଏସେଲ୍‌’ରେ କାର୍ଯ୍ୟରତ ବୋଲି ଏଥିରେ […]

ଅଦ୍ୟତନ ହୋଇଛି
କରୋନା: ଓଡ଼ିଶା ରିପୋର୍ଟର ନାମରେ ମିଛ ଖବର

Viral

Advertisment

ଭୁବନେଶ୍ୱର: କରୋନା ବାବଦରେ ସଚେତନତା ବଦଳରେ କିଛି ମିଛ ଖବର ଏବେ ଭାଇରାଲ ହେବାରେ ଲାଗିଛି। ଏହି କ୍ରମରେ ଆଜି କେହି ଜଣେ ‘ଓଡ଼ିଶା ରିପୋର୍ଟର’ର ଡେଟ୍ ଲାଇନ୍ ଲେଖାଥିବା ଏଭଳି ଏକ ଖବର ହ୍ୱାଟ୍ସଆପ୍‌ରୁ ହ୍ୱାଟ୍ସଆପ୍‌କୁ ବୁଲାଉଥିବା ଆମ ନଜରକୁ ଆସିଛି। ଏଥିରେ ଲେଖା ଅଛି ଅନୁଗୋଳର ଜଣେ ଠିକା କର୍ମଚାରୀ କୁଆଡ଼େ କରୋନା ସନ୍ଦେହରେ କଟକ ସ୍ଥିତ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେ କର୍ମଚାରୀ ଜଣକ ‘ଟାଟା ଷ୍ଟିଲ ବିଏସେଲ୍‌’ରେ କାର୍ଯ୍ୟରତ ବୋଲି ଏଥିରେ ଲେଖା ଅଛି। ତେବେ ଏଭଳି କୌଣସି ଖବର ‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ କରାଯାଇନି।

Advertisment

ଯଦିଓ ଓଡ଼ିଶା ରିପୋର୍ଟରର ଡେଟ୍ ଲାଇନ୍ ଅଛି ସ୍କ୍ରିନ୍ ଶଟ୍‌ର ପ୍ରଚ୍ଛଦରୁ ସ୍ପଷ୍ଟ ଏହା ଏକ ହ୍ୱାଟ୍ସଆପ୍ ସ୍କ୍ରିନ୍ ଶଟ୍। ଏଥିରେ କେବଳ ଏକ ଫଟୋ ଏବଂ ତଳେ ଲେଖା ଅଛି। ଏହି ଭାଇରାଲ ଫଟୋରେ ହେଡିଂ ବା ଶୀର୍ଷକ ଅଂଶଟି ମଧ୍ୟ ନାହିଁ। ଏତଦ୍ ବ୍ୟତୀତ ଓଡ଼ିଶା ରିପୋର୍ଟରର ପ୍ଲାଟଫର୍ମରେ ପ୍ରକାଶିତ ହୋଇଥିବା ନେଇ କିଛି ମଧ୍ୟ ସଙ୍କେତ ନାହିଁ। ତଥାପି ମଧ୍ୟ ଏହା ମୋବାଇଲରୁ ମୋବାଇଲକୁ ବ୍ୟାପିବାରେ ଲାଗିଛି।

ଏଥିରୁ ସ୍ପଷ୍ଟ ‘ଓଡ଼ିଶା ରିପୋର୍ଟର’ର ଲୋକପ୍ରିୟତାକୁ ବ୍ୟବହାର କରି କେହି ଜଣେ ହୀନ ମାନସିକତା ରଖି ଏପରି ଭାଇରାଲ କରାଇଛି। ଏଭଳି ଷଡ଼ଯନ୍ତ୍ର ଓ ଅପପ୍ରୟାସକୁ ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ନିନ୍ଦା କରାଯାଉଛି। ଆଶା କରିବୁ ଏଭଳି ଗୁଜବକୁ ପ୍ରତିହତ କରିବାରେ ‘ଓଡ଼ିଶା ରିପୋର୍ଟର’ର ପ୍ରିୟ ପାଠକଗଣ ସହଯୋଗ କରିବେ। ‘ଓଡ଼ିଶା ରିପୋର୍ଟର’ ନାମ ନେଇ ଯେକୌଣସି ମିଛ ଖବର ଭାଇରାଲ ହେଉଥିଲେ ଆମକୁ ଜଣାଇବାକୁ ଅନୁରୋଧ।
/>https://twitter.com/OdishaReporter/status/1239232761384308736?s=20

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe