Advertisment

ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌, ନକଲି ଭତ୍ତା କାର୍ଡ!

ଆସିକା (ମନୋଜ ମୁନୀ): ପଞ୍ଚାୟତ ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌ ଓ ନକଲି ଭତ୍ତା କାର୍ଡ! ଭୋଟରଙ୍କ ମନ ଜିଣିବା ପାଇଁ ସରପଞ୍ଚ ପ୍ରାର୍ଥୀ ଆପଣାଇଛନ୍ତି ଏପରି ପନ୍ଥା। ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ପୂରା ଘଟଣାଟି ଏମିତି। ଧରାକୋଟ ବ୍ଲକ୍‌ ଝାଡ଼ବନ୍ଦ ପଞ୍ଚାୟତର ବିଭିନ୍ନ ଗାଁରେ ଗତ ଦୁଇଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟା ଯାଉଛି। ପଞ୍ଚାୟତର ୬୦ […]

ଅଦ୍ୟତନ ହୋଇଛି
ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌, ନକଲି ଭତ୍ତା କାର୍ଡ!

Old Age Pension

Advertisment

ଆସିକା (ମନୋଜ ମୁନୀ): ପଞ୍ଚାୟତ ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌ ଓ ନକଲି ଭତ୍ତା କାର୍ଡ! ଭୋଟରଙ୍କ ମନ ଜିଣିବା ପାଇଁ ସରପଞ୍ଚ ପ୍ରାର୍ଥୀ ଆପଣାଇଛନ୍ତି ଏପରି ପନ୍ଥା। ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ପୂରା ଘଟଣାଟି ଏମିତି। ଧରାକୋଟ ବ୍ଲକ୍‌ ଝାଡ଼ବନ୍ଦ ପଞ୍ଚାୟତର ବିଭିନ୍ନ ଗାଁରେ ଗତ ଦୁଇଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟା ଯାଉଛି। ପଞ୍ଚାୟତର ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୫୦୦ ଟଙ୍କା ସହ ଭତ୍ତା କାର୍ଡ ଦିଆଯାଉଛି। ଆଉ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବାକୁ ଅନୁରୋଧ କରାଯାଉଛି। ଦୀର୍ଘ ଦିନ ଧାଆଁ ଦୌଡ଼ ପରେ ଘର ପାଖରେ ଭତ୍ତା ଟଙ୍କା ଓ କାର୍ଡ ମିଳୁଥିବାରୁ ବୟସ୍କଙ୍କ ମନରେ ଖୁସି ସଞ୍ଚାରିତ ହୋଇଯାଇଥିଲା।

ତେବେ ବୟସ୍କଙ୍କୁ ମିଳୁଥିବା ଭତ୍ତା କାର୍ଡରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କ ସ୍ଵାକ୍ଷର ନଥିଲା। ତେଣୁ କାର୍ଡର ସତ୍ୟାସତ ଜାଣିବା ପାଇଁ କେତେକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ସେଠାରୁ ଜଣାପଡ଼ିଲା, ପଞ୍ଚାୟତ ତରଫରୁ କୌଣସି ଭତ୍ତା କାର୍ଡ ବଣ୍ଟନ କରାଯାଇ ନାହିଁ। ଏହା ପରେ ଭତ୍ତା କାର୍ଡ ପାଇଥିବା ଲୋକମାନେ ଧରାକୋଟ ବ୍ଲକ୍‌ ଅଫିସରେ ଅଭିଯୋଗ କରିଥିଲେ।

Advertisment

ଗାଁର ଦୀନବନ୍ଧୁ ଗୌଡ଼ କହିଛନ୍ତି-“ମୋତେ ୭୭ ବର୍ଷ ହେଲାଣି। ୫୦୦ ଟଙ୍କା ସହିତ ମୋତେ ଗୋଟିଏ ଖାତା ଦେଇଛନ୍ତି। ଆଉ ଭୋଟ୍‌ ଦେବାକୁ କହିଛନ୍ତି। ତେବେ ଏଥିରେ କ’ଣ ଲେଖାଯାଇଛି ମୁଁ ଜାଣିନି। ଖାତାରେ ବ୍ଲକ ଅଫିସ୍‌ର ଷ୍ଟାମ୍ପ ଲାଗି ନଥିବାରୁ ବିଡିଓଙ୍କୁ କହିବା ପାଇଁ ଆଜି ବ୍ଲକ ଅଫିସ୍‌ ଆସିଛି।”

ଗାଁର ଆଉ ଜଣେ ବ୍ୟକ୍ତି ହେଉଛନ୍ତି ପାଣ ଗୌଡ଼। ସେ କହିଛନ୍ତି-“ମୋତେ ୬୫ ବର୍ଷ ହେଲାଣି। ହେଲେ କୌଣସି ଭତ୍ତା ମିଳୁନଥିଲା। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ଆମକୁ ଡାକି ୫୦୦ ଟଙ୍କା ଦେଉଛନ୍ତି। ଆଉ ଭୋଟ୍‌ ଦେବାକୁ କହୁଛନ୍ତି। ଆମକୁ ମିଳିଥିବା ଖାତାଟି ପାଠ ପଢ଼ିଥିବା ଲୋକଙ୍କୁ ଦେଖାଇଥିଲୁ। ସେଥିରେ ବିଡିଓର ସନ୍ତକ ନାହିଁ। ତେଣୁ ଏହା ନକଲି ବୋଲି ଜାଣିବାକୁ ପାଇଲି। ଆମେ ମୂର୍ଖ ବୋଲି ଆମକୁ ଠକେଇ ଦେଇଛନ୍ତି। ତା’ପରେ ବ୍ଲକ ଅଫିସ୍‌ରେ ଅଭିଯୋଗ କରିଛୁ।”

ଝାଡ଼ବନ୍ଦ ପଞ୍ଚାୟତରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯୋଗେନ୍ଦ୍ର ସ୍ୱାଇଁ ଓ ଅନ୍ୟ ଜଣେ ହେଲେ ଅନ୍ତର୍ଯ୍ୟାମୀ ପ୍ରଧାନ। ଯୋଗେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ଅନ୍ତର୍ଯ୍ୟାମୀ ପ୍ରଧାନ ନିର୍ବାଚନ ଆଦର୍ଶ ଆଚରବିଧି ଉଲ୍ଲଂଘନ କରି ବିଡିଓ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଗୋଚରରେ ପଞ୍ଚାୟତରେ ଭତ୍ତା କାର୍ଡ ବଣ୍ଟନ କରୁଛନ୍ତି। ତେଣୁ ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ଯୋଗେନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନ୍ତର୍ଯ୍ୟାମୀ ପ୍ରଧାନ। ସେ କହିଛନ୍ତି, ମୁଁ ଏବେ ସରପଞ୍ଚ ପାର୍ଥୀ ଭାବେ ଲଢୁଛି। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି।

ଧରାକୋଟ ବିଡିଓ ଡେନିସ ବେହେରା ଲୋକଙ୍କୁ ଦିଆଯାଇଥିବା କାର୍ଡ ଗୁଡିକୁ ଦେଖିବା ସହ ଅଭିଯୋଗର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe