Advertisment

କାର୍‌ରେ ପୁଲିସ ବୋର୍ଡ ଲଗାଇ ବୁଲୁଥିଲେ, ଏସ୍‌ପି ଧରିପକାଇଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କାରରେ ପୁଲିସ ବୋର୍ଡ ଲଗାଇ ନିର୍ଦ୍ୱନ୍ଦ୍ୱରେ ବୁଲୁଥିଲେ। ପୁଲିସ ଗାଡ଼ି ଭାବି ସବୁ ଚେକ୍‌ ପୋଷ୍ଟ ଦେଇ ଆରାମରେ ଖସି ଯାଇ ପାରୁଥିଲା। ହେଲେ ଆଜି ଧରାପଡ଼ିଛି ଜଣେ ଦୁର୍ବୃତ୍ତର ଏଭଳି କାରନାମା। ପୁଲିସ ବୋର୍ଡ ଲଗାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ଖୋଦ୍ ଏସ୍‌ପିଙ୍କ ନଜରରେ ଏହି କାର ପଡ଼ିଥିଲା। ଯାହା ପରେ ପୁଲିସ ମାମଲା ରୁଜୁ କରି ଏହି କାର ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ, […]

author-image
Niranjan Mishra
ଅଦ୍ୟତନ ହୋଇଛି
କାର୍‌ରେ ପୁଲିସ ବୋର୍ଡ ଲଗାଇ ବୁଲୁଥିଲେ, ଏସ୍‌ପି ଧରିପକାଇଲେ

police-fake

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କାରରେ ପୁଲିସ ବୋର୍ଡ ଲଗାଇ ନିର୍ଦ୍ୱନ୍ଦ୍ୱରେ ବୁଲୁଥିଲେ। ପୁଲିସ ଗାଡ଼ି ଭାବି ସବୁ ଚେକ୍‌ ପୋଷ୍ଟ ଦେଇ ଆରାମରେ ଖସି ଯାଇ ପାରୁଥିଲା। ହେଲେ ଆଜି ଧରାପଡ଼ିଛି ଜଣେ ଦୁର୍ବୃତ୍ତର ଏଭଳି କାରନାମା। ପୁଲିସ ବୋର୍ଡ ଲଗାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ଖୋଦ୍ ଏସ୍‌ପିଙ୍କ ନଜରରେ ଏହି କାର ପଡ଼ିଥିଲା। ଯାହା ପରେ ପୁଲିସ ମାମଲା ରୁଜୁ କରି ଏହି କାର ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧ଟା ବେଳେ ଆନ୍ଧ୍ରପ୍ରଦେଶ ନମ୍ୱର ପ୍ଲେଟ୍ ଥିବା ଏକ ଦାମୀ କାର ଲାଞ୍ଜିପଲି ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରୁଥିଲା। ଏହି କାରର କାଚ ଆଗରେ ପୁଲିସ ବୋର୍ଡ ଲାଗିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଅଫିସ ଗାଡ଼ିରେ ଯାଉଥିବା ଏସପି ଶ୍ରବଣ ବିବେକ ଏମଙ୍କ ନଜର ଉକ୍ତ କାର୍‌ ଉପରେ ପଡ଼ିଥିଲା।

କାରଟିକୁ ଦେଖିବା ପରେ ଏସ୍‌ପିଙ୍କ ସନ୍ଦେହ ବଢ଼ିଥିଲା। କାରଣ କାର ଚଳାଉଥିବା ଲୋକର ଡ୍ରେସ ସାଧାରଣ ଥିଲା ଓ ସେ ବେକରେ ସୁନା ଚେନ ପକାଇଥିଲେ। ତେଣୁ ସେ ସନ୍ଦେହ କରି କାର୍‌ର ପିଛା କରିଥିଲେ। କାରଟି ଟାଟା ବେଞ୍ଜ ଛକ ଦେଇ ଯାଉଥିବା ଖବର ଟ୍ରାଫିକ ପୁଲିସକୁ ଦେଇଥିଲେ। ଏହାକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିକୁ ଅଟକ ରଖାଯିବା ପରେ ଯାଞ୍ଚ କରାଯାଇଥିଲା।

Advertisment

ଏହି ସମୟରେ କାର୍‌ ଚାଳକ ଜଣକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କୋତା ବୋମାଲିର କେ. ସୁବ୍ରମଣ୍ୟମ ବୋଲି ଜଣାପଡିଥିଲା। ତେବେ ନା ସେ ଜଣେ ପୁଲିସ କର୍ମଚାରୀ, ନା ଏହା ପୁଲିସ ଗାଡ଼ି ବୋଲି ଯାଞ୍ଚରେ ଜଣାପଡ଼ିଥିଲା। ତେଣୁ ପୁଲିସ ଏନେଇ ଏକ ଠକେଇ ମାମଲା ରୁଜୁ କରିବା ସହ କାର୍‌ଟିକୁ ଜବତ କରିଛି ଏବଂ ଅଭିଯୁକ୍ତ ସୁବ୍ରମଣ୍ୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।