Advertisment

ନକଲି ଆରଟିଓ ଅଧିକାରୀ ଗିରଫ

ବରଗଡ଼ (ଓଡ଼ିଶା ରିପୋର୍ଟର): ନିଜକୁ ଆରଟିଓ ଅଧିକାରୀ ବୋଲି ପରିଚୟ ଦେଉଥିଲେ।  ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ଶେଷରେ ତାଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ବରଗଡ଼ ଜିଲ୍ଲାର। ଗିରଫ ନକଲି ଆରଟିଓ ଜଣଙ୍କ ହେଲେ ବିକ୍ରମ ବେହେରା। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ବିକ୍ରମ ବରଗଡ଼ ଜାତୀୟ ରାଜପଥର ଟୋଲଗେଟ ନିକଟରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନକଲି ଆରଟିଓ ଅଧିକାରୀ ଗିରଫ

fake rto

ବରଗଡ଼ (ଓଡ଼ିଶା ରିପୋର୍ଟର): ନିଜକୁ ଆରଟିଓ ଅଧିକାରୀ ବୋଲି ପରିଚୟ ଦେଉଥିଲେ।  ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ଶେଷରେ ତାଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ବରଗଡ଼ ଜିଲ୍ଲାର।

Advertisment

ଗିରଫ ନକଲି ଆରଟିଓ ଜଣଙ୍କ ହେଲେ ବିକ୍ରମ ବେହେରା। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

ଅଭିଯୋଗ ଅନୁସାରେ, ବିକ୍ରମ ବରଗଡ଼ ଜାତୀୟ ରାଜପଥର ଟୋଲଗେଟ ନିକଟରେ ଏକ ଟ୍ରକ୍‌କୁ ଅଟକାଇ ୨୩ହଜାର ୪୦୦ ଟଙ୍କା ଚାଲାଣ କାଟି ଥିଲେ। ଟ୍ରକ୍ ମାଲିକ ଟଙ୍କା ଦେବାକୁ ଅରାଜି ହେବାରୁ ନକଲି ବନ୍ଧୁକ ଦେଖାଇ ତାଙ୍କ ପାଖରୁ ୫ ହଜାର ଟଙ୍କା ଆଦାୟ କରିଥିଲେ।  ଅବଶିଷ୍ଟ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ।  ଏହାସହ ଟ୍ରକ୍‌ମାଲିକଙ୍କୁ ନିଜ ମୋବାଇଲ ନମ୍ବର ଦେଇଥିଲେ।

Advertisment

ତେବେ ସଂପୃକ୍ତ ଟ୍ରକ୍ ମାଲିକ ରାସ୍ତାରେ ଗଲା ବେଳେ ସୌଭାଗ୍ୟବଶତଃ ଜଣେ ପରିବହନ ଅଧିକାରୀଙ୍କୁ ଭେଟିଥିଲେ। ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଟ୍ରକ୍ ମାଲିକ ଅଧିକ ଟଙ୍କା ଦେବାକୁ ନକଲି ଆରଟିଓ ଅଧିକାରୀ ବିକ୍ରମ ବେହେରାଙ୍କୁ ଫୋନ୍ କରି ଏକ ସ୍ଥାନକୁ ଡାକିଥିଲେ। ବାକି ଟଙ୍କା ନେବାକୁ  ବିକ୍ରମ ଆସିବାରୁ  ପୁଲିସ୍‌ ଓ ଆରଟିଓ ଅଧିକାରୀ ତାଙ୍କୁ  କାବୁ କରିଥିଲେ।  ବିକ୍ରମ ନିଜକୁ ଆରଟିଓ ଅଧିକାରୀ କହି ପୂର୍ବରୁ ବି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି।

ବରଗଡ଼ ଏମ୍‌ଭିଆଇ ଅରୁଣ କୁମାର ସାହୁ କହିଛନ୍ତି,  ବିକ୍ରମ ଟ୍ରକ୍ ମାଲିକଙ୍କ ଠାରୁ ମୋବାଇଲ ନମ୍ବର ସଂଗ୍ରହ କରି ଫୋନ ପେ’ରେ ପଇସା ଦେବାକୁ କହିଥାଏ। ଟଙ୍କା ନ ଦେଲେ ଭିସିଆର ଜେନେରେଟ୍‌ ହୋଇଯିବ ବୋଲି ସେ କହିଥାଏ। ମାସେ ହେଲା ବିକ୍ରମ ଏଭଳି କାମ କରୁଥିଲା।

Fraud