Advertisment

ପୂଜକଙ୍କୁ ବାଡ଼େଇ ମାରିଦେଲେ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଠାକୁର ପୂଜା କରି ଆସୁଥିବା ପୂଜକଙ୍କୁ ବାଡ଼େଇ ମାରିଦେଲେ। ଠାକୁର ଜମିକୁ ନେଇ ରହିଥିବା ବିବାଦରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ପଡ଼ାଗୟାସପୁର ଗାଁରେ ଏଭଳି ଜଘଣ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ସ୍ଥାନୀୟ ଗ୍ରାମର ଦିଲ୍ଲୀପ ପଣ୍ଡା। ଠାକୁର ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗଣ୍ଡଗୋଳକୁ ଅଟକାଇବାକୁ ଆସି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷରୁ ୬ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଦୀର୍ଘଦିନ […]

ପୂଜକଙ୍କୁ ବାଡ଼େଇ ମାରିଦେଲେ

attack

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଠାକୁର ପୂଜା କରି ଆସୁଥିବା ପୂଜକଙ୍କୁ ବାଡ଼େଇ ମାରିଦେଲେ। ଠାକୁର ଜମିକୁ ନେଇ ରହିଥିବା ବିବାଦରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ପଡ଼ାଗୟାସପୁର ଗାଁରେ ଏଭଳି ଜଘଣ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ସ୍ଥାନୀୟ ଗ୍ରାମର ଦିଲ୍ଲୀପ ପଣ୍ଡା। ଠାକୁର ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗଣ୍ଡଗୋଳକୁ ଅଟକାଇବାକୁ ଆସି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷରୁ ୬ଗୁରୁତର ହୋଇଛନ୍ତି।

Advertisment

ସୂଚନା ମୁତାବକ, ଦୀର୍ଘଦିନ ହେବ ସୁରେନ୍ଦ୍ର ପଣ୍ଡାଙ୍କ ପରିବାର ଠାକୁର ଘର ଜମିକୁ ଜବର ଦଖଲ କରିଥିଲେ। ଅନ୍ୟପକ୍ଷ କାଳନ୍ଦୀ ପଣ୍ଡା ପରିବାର ଦୀର୍ଘଦିନ ହେବ ଏହାକୁ ବିରୋଧ କରିଆସୁଥିଲେ। ଯାହାକୁ ନେଇ ଆସି ବିବାଦ ଉଗ୍ରରୂପ ନେଇଥିଲା। ଘଟଣା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା।

ମୃତକଙ୍କ ଭାଇ ପ୍ରମୋଦଙ୍କ ଅଭିଯୋଗ ମୁତାବକ, ଏହି ଜମିବାଡ଼ି ବିବାଦକୁ ନେଇ ସୁରେନ୍ଦ୍ର ପଣ୍ଡା ପରିବାର ଯୋଜନାବଦ୍ଧ ଭାବେ ପୂର୍ବ ପ୍ରସ୍ତୁତି କରି କାଳନ୍ଦୀ ପଣ୍ଡା ପରିବାର ସହ ବଚସା କରିଥିଲେ। ବଚସା ପରେ ଅତର୍କିତ ଆକ୍ରମଣ କରିଥିଲେ। ସେହି ସମୟରେ ପୂଜା କରି ଫେରୁଥିବା ଦିଲ୍ଲୀପ ମାରପିଟ ଅଟକାଇବାକୁ ପ୍ରୟାଶ କରିଥିଲେ। ଏହି ସମୟରେ ତାଙ୍କ ଉପରେ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ଉଭୟ ପକ୍ଷର ଛଅ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଘଟଣା ସ୍ଥଳରେ ମହାକାଳପଡ଼ା ପୁଲିସ ପହଞ୍ଚି ୪ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe