Advertisment

ପରିବାର ଲୋକ ନେଉନାହାନ୍ତି, ମେଡିକାଲ୍‌ ବେଡ୍‌ରେ ପଡ଼ିଛି ମୃତଦେହ

ନବରଙ୍ଗପୁର (ନବଘନ ବିଷୋୟୀ): ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ରବିବାର ଅପରାହ୍ନ ସାଢ଼େ ୩ଟାରୁ ମେଡ଼ିକାଲ୍‌ ବେଡ୍‌ରେ ପଡ଼ିଛି ମୃତଦେହ। ପରିବାର ଲୋକ ମୃତଦେହ ଗ୍ରହଣ କରୁନାହାନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି। ପାପଡାହାଣ୍ଡି ବ୍ଲକ୍‌ ଖୁଡିଗୁଡା ଗାଁର ଲାଇବନ ମୁଦୁଲି ଓ ତାଙ୍କ ବନ୍ଧୁ ବାଇକ୍‌ରେ ଯାଉଥିଲେ। ତେବେ ପୋକନାଗୁଡା କାଜୁ ବାଡ଼ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ଲାଇବନ […]

ପରିବାର ଲୋକ ନେଉନାହାନ୍ତି, ମେଡିକାଲ୍‌ ବେଡ୍‌ରେ ପଡ଼ିଛି ମୃତଦେହ

Pappadahandi

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ରବିବାର ଅପରାହ୍ନ ସାଢ଼େ ୩ଟାରୁ ମେଡ଼ିକାଲ୍‌ ବେଡ୍‌ରେ ପଡ଼ିଛି ମୃତଦେହ। ପରିବାର ଲୋକ ମୃତଦେହ ଗ୍ରହଣ କରୁନାହାନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି।

Advertisment

ପାପଡାହାଣ୍ଡି ବ୍ଲକ୍‌ ଖୁଡିଗୁଡା ଗାଁର ଲାଇବନ ମୁଦୁଲି ଓ ତାଙ୍କ ବନ୍ଧୁ ବାଇକ୍‌ରେ ଯାଉଥିଲେ। ତେବେ ପୋକନାଗୁଡା କାଜୁ ବାଡ଼ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ଲାଇବନ ମୁଦୁଲି ଗୁରୁତର ଆହତ ହୋଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ସାଢ଼ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଲାଇବନ ମୁଦୁଲିଙ୍କ ମୃତ୍ୟୁ ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଲାଇବନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ। ଯେଉଁଥିପାଇଁ ମେଡ଼ିକାଲ୍‌ରୁ ମୃତଦେହ ନେଇନାହାନ୍ତି। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପାପଡାହାଣ୍ଡି ଥାନା ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମେଡ଼ିକାଲ୍‌ରୁ ମୃତଦେହ ନେଇଯିବା ପାଇଁ ପରିବାର ଲୋକଙ୍କୁ ପୁଲିସ ବୁଝାଇଥିଲା।

Advertisment

ରବିବାର ସନ୍ଧ୍ୟା ବେଳେ ମୃତ ଲାଇବନ ମୁଦୁଲିଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁ ଲାଇବାନଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ମେଡ଼ିକାଲ୍‌ର ଇନ୍‌ଡୋର ବେଡ୍‌ରେ ମୃତଦେହ ରହିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe