୨୭ ଦିନ ପରେ ବି ଉଦ୍ଧାର ହୋଇପାରିଲେନି ନାବାଳିକା: ଚୁପ ବସିଛନ୍ତି ପୁଲିସ୍‌ ବାବୁ

ବାଙ୍କି (ସଞ୍ଜିବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରୁ ଜଣେ ନାବାଳିକା ଅପହରଣର ୨୭ ଦିନ ବିତି ଯାଇଥିଲେ ବି ପୁଲିସ୍‌ ତାଙ୍କୁ ଉଦ୍ଧାର କରିପାରିନାହିଁ। ଏନେଇ ବାରମ୍ବାର ବାଙ୍କି ଥାନାର ଦ୍ୱାରସ୍ଥ ହେବା ପରେ ପୀଡ଼ିତାଙ୍କ ପରିବାର ଡିଜିପିଙ୍କୁ ଟ୍ୱିଟ୍‌ କରି ଝିଅକୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀ ସହଯୋଗ କରୁ ନଥିବା କହି ସ୍ଥାନୀୟ ପୁଲିସ୍‌ ନିଜ ଉପରୁ ଦୋଷ ଛଡ଼ାଇ ଦେବାକୁ […]

kidnap

kidnap

Rakesh Mallick
  • Published: Thursday, 06 December 2018
  • Updated: 06 December 2018, 03:24 PM IST

Sports

Latest News

ବାଙ୍କି (ସଞ୍ଜିବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରୁ ଜଣେ ନାବାଳିକା ଅପହରଣର ୨୭ ଦିନ ବିତି ଯାଇଥିଲେ ବି ପୁଲିସ୍‌ ତାଙ୍କୁ ଉଦ୍ଧାର କରିପାରିନାହିଁ। ଏନେଇ ବାରମ୍ବାର ବାଙ୍କି ଥାନାର ଦ୍ୱାରସ୍ଥ ହେବା ପରେ ପୀଡ଼ିତାଙ୍କ ପରିବାର ଡିଜିପିଙ୍କୁ ଟ୍ୱିଟ୍‌ କରି ଝିଅକୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀ ସହଯୋଗ କରୁ ନଥିବା କହି ସ୍ଥାନୀୟ ପୁଲିସ୍‌ ନିଜ ଉପରୁ ଦୋଷ ଛଡ଼ାଇ ଦେବାକୁ ଉଦ୍ୟମ କରୁଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କ ପରିବାର ସହ ସ୍ଥାନୀୟ ପୁଲିସ୍‌ ଭିତିରିଆ ସମ୍ପର୍କ ରଖି ଝିଅକୁ ଉଦ୍ଧାର କରୁ ନଥିବା ଓ ଅଭିଯୁକ୍ତକୁ ଗିରଫ କରୁ ନଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ପୁଲିସ୍‌ର ମତାମତ ମିଳିପାରିନାହିଁ।

ଅଭିଯୋଗ ଅନୁସାରେ, ଅକ୍ଟୋବର ୩୧ ତାରିଖ ରାତିରେ ଝିଅକୁ ଘରେ ନପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ, ଗାଁର ସଞ୍ଜୟ ବେହେରା ତାଙ୍କ ବାପା ଓ ବଡ଼ ଭାଇଙ୍କ ସହାୟତାରେ ଝିଅକୁ ଏକ ଅଟୋ (OD 05 AH 8347)ରେ ଅପହରଣ କରିନେଇଛନ୍ତି। ଏନେଇ ଗତ ୯ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବାଙ୍କି ଥାନାରେ ଏତଲା ଦିଆଯାଇଥିଲା।

ଅଭିଯୋଗ ପାଇବା ପରେ ପୁଲିସ୍‌ ଦଫା ୩୬୩/୩୬୬ (କ), ୨୯୪, ୫୦୬ ଏବଂ ୩୪ ଆଇପିସିରେ ଏକ ମାମଲା (୨୯୮/୧୮) ରୁଜୁ କରିଥିଲା।

ହେଲେ ଘଟଣାକୁ ୨୭ ଦିନି ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ନାବାଳିକା ଝିଅକୁ ଉଦ୍ଧାର କରିପାରିନାହିଁ କି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏପରିକି ଅଭିଯୁକ୍ତଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାଡ ମାରିବାକୁ ଓ ଝିଅକୁ ହତ୍ୟା କରିଦେବାକୁ ଧମକ ଦେଉଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ପୁଲିସ୍‌ ପାଖରୁ ନିରାଶ ହେବା ପରେ ପୀଡ଼ିତାଙ୍କ ଭାଇ ଟ୍ୱିଟ୍‌ କରି ଡିଜିପିଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story