ଜଳେଶ୍ୱର (ଅଜିତ ଦାସ):ଜାପାନ ରେ କାମ କରିବାକୁ ଯାଇ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଯୁବକ ହେଲେ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କେସବା କମର୍ଦା ଅଞ୍ଚଳର ଶେଖ ମନତାଜ ଓ ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ପଠାନ ମେହେଲା ବସ୍ତିର ଶେଖ ବେହେରୁଦିନ ।
ଜାପାନର ରାଜଧାନୀ ଟୋକିଓ ସହରରେ 'ତାନଶେନ ଭିଉ ' ନାମକ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ ସମ୍ପୃକ୍ତ ଦୁଇ ଯୁବକ । ଗତ ଜାନୁଆରୀ 29 ତାରିଖ ରାତିଖରୁ ମନତାଜ ସହ ପରିବାର ଲୋକେ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୋଗାଯୋଗ ହୋଇ ପାରି ନଥିଲା । ଗତକାଲି ଜାନୁଆରୀ 30 ତାରିଖରେ ମନତାଜ ଓ ବେହେରୁଦ୍ଦିନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଖବର ପାଇଥିଲା । ଜାପାନର ଗଣମାଧ୍ୟମରୁ ପ୍ରକାଶିତ ଯେ, ହୋଟେଲରେ କାର୍ଯ୍ୟ କରୁଥିବା ବେଳେ କାର୍ବନ ମନୋଅକ୍ସାଇଡ୍ ଗ୍ୟାସ ଲିକେଜ ହେବା ଫଳରେ ଶ୍ଵାସରୁଦ୍ଧ ହୋଇ ମନତାଜ ଓ ବେହେରୁଦିନଙ୍କ ମୃତ୍ୟୁ ହୋଇଛି। ଅଧିକ ତଦନ୍ତ ପାଇଁ ପୁଲିସ ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚାଲୁରଖିଥିବା ବେଳେ ସେଠାରେ ଥିବା ସମ୍ପର୍କୀୟଙ୍କ ଶବ ଦେଖାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କମର୍ଦା ଅଂଚଳର ମନତାଜଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଜାପାନରୁ ମୃତ ଶରୀର ଆଣିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କଥା ପରିବାର ଲୋକେ କହିଛନ୍ତି । ତେଣୁ ଅର୍ଥାଭାବରୁ ମୃତ ଶରୀରକୁ ପରିବାର ଲୋକେ ଆଣିବା ପାଇଁ ଅସମର୍ଥ ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତ ଲଢ଼ିଛନ୍ତି ।