ପୁରୀ(ଓଡ଼ିଶା ରିପୋର୍ଟର): କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା IAS ଅଧିକାରୀ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ଜିରୋ କାଜୁଆଲିଟି ଉପରେ ସେ ଗୁରୁତ୍ୱ ଦେବାସହ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, IMDର ଶେଷ ଖବର ସୁଦ୍ଧା ପୁରୀଠାରୁ ୬୧୦ କିମି ଦୂରରେ ରହିଛି ଫୋନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଲୋୟର ସୁକତେଲ୍- ଗୋଟିଏ ପ୍ରକଳ୍ପ, ଦୁଇଟି ନୀତି
ଗୋଟିଏ ପ୍ରକଳ୍ପରେ ଓ ସମାନ ସମୟରେ ବିସ୍ଥାପିତ ହୋଇଥିବା ଲୋକ ୨ଟି ଆଇନରେ କ୍ଷତିପୂରଣ ଓ ଥଇଥାନ ସୁବିଧା ପାଇବା କଦାପି ଗ୍ରହଣୀୟ ନୁହେଁ। ବରଂ ଯେଉଁମାନେ ପ୍ରଥମରୁ ସରକାରଙ୍କ ଠାରୁ ବିସ୍ଥାପନ ପାଇଁ କ୍ଷତିପୂରଣ ନେଇଥିଲେ ସେମାନେ ଏହି ପ୍ରକଳ୍ପକୁ ମନୋବଳ ଯୋଗାଇବାରେ ବଡ଼ ଭୂମିକା ନେଇଥିଲେ। ତେଣୁ ଯଦି ପରେ କ୍ଷତିପୂରଣ ପାଇଥିବା ବିସ୍ଥାପିତଙ୍କୁ ୨୦୧୩ ଆଇନ ଅନୁସାରେ ସୁଯୋଗ ଦିଆଗଲା ତେବେ ପୂର୍ବରୁ କ୍ଷତିପୂରଣ ନେଇଥିବା ଲୋକମାନେ ଏହା ପାଇବେନାହିଁ କାହିଁକି?

Politics
ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ସାଇବର ଥାନା ସଂଖ୍ୟା ୩୪କୁ ବୃଦ୍ଧି, ଟ୍ରାଫିକ୍ ପାଇଁ ସ୍ୱତନ୍ତ୍ର ୱିଙ୍ଗ୍
ରାଜ୍ୟରେ ୧୪ଟି ସାଇବର ଥାନା କାର୍ଯ୍ୟ କରୁଥିବାବେଳେ ଅଧିକ ୨୦ଟି ସାଇବର ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Politics
ବିଜେଡି ଅଡ଼ୁଆ: ୧୮ ଜିଲ୍ଲାର ସଭାପତି ଘୋଷଣା,୧୫ ଜିଲ୍ଲାରେ ମୁହାଁମୁହିଁ ସ୍ଥିତି
ଦଳର ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଥିବାବେଳେ ମଙ୍ଗଳବାର ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ମାତ୍ର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।

Politics
କାହିଁକି କଟିଲା ଗ୍ରାମସଭା କ୍ଷମତା?
ବିଜେଡି ସରକାର ଗ୍ରାମ ସଭାକୁ ଗୁରୁତ୍ୱ ନଦେବାକୁ ଆକ୍ଷେପ କରିଥିଲା ବିଜେପି। ଏବେ ବିବାଦରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ୪୦% ଅର୍ଥ ଖର୍ଚ୍ଚ କରିବାର କ୍ଷମତା।

Special
ଲୋକେ ହସୁଥିଲେ, ଏବେ ଦେବେନ୍ଦ୍ର ହସୁଛନ୍ତି
ନିଜେ ରୋଜଗାରକ୍ଷମ ହେବା ସହିତ ୧୦/୧୨ ଜଣଙ୍କୁ କାମ ଦେଇଛନ୍ତି ଦେବେନ୍ଦ୍ର।