so
ପୁରୀ(ଓଡ଼ିଶା ରିପୋର୍ଟର): କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା IAS ଅଧିକାରୀ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ଜିରୋ କାଜୁଆଲିଟି ଉପରେ ସେ ଗୁରୁତ୍ୱ ଦେବାସହ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, IMDର ଶେଷ ଖବର ସୁଦ୍ଧା ପୁରୀଠାରୁ ୬୧୦ କିମି ଦୂରରେ ରହିଛି ଫୋନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/so.jpg)