Advertisment

ଚାଷୀଙ୍କ ଅଭିନବ ପ୍ରତିବାଦ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଶତାଧିକ ଷଣ୍ଢ ହାଜର

ପଟ୍ଟାମୁଣ୍ଡାଇ:(ଓଡ଼ିଶା ରିପୋର୍ଟର): ତାଲିଲେ ଚାଷୀ। ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ଚାଷୀ। ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେବାରୁ ଆଜି ଚାଷୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଶତାଧିକ ଷଣ୍ଢ ଆଣି ଛାଡ଼ିଛନ୍ତି। ଯାହାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ପରିସରରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପୂର୍ବରୁ ରାଜନଗର ଅଞ୍ଚଳରେ ଷଣ୍ଢମାନେ ଚାଷ ଜମି ଓ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି […]

author-image
Puspanjali Panda
ଅଦ୍ୟତନ ହୋଇଛି
ଚାଷୀଙ୍କ ଅଭିନବ ପ୍ରତିବାଦ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଶତାଧିକ ଷଣ୍ଢ ହାଜର

bull1

ପଟ୍ଟାମୁଣ୍ଡାଇ:(ଓଡ଼ିଶା ରିପୋର୍ଟର): ତାଲିଲେ ଚାଷୀ। ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ଚାଷୀ। ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେବାରୁ ଆଜି ଚାଷୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଶତାଧିକ ଷଣ୍ଢ ଆଣି ଛାଡ଼ିଛନ୍ତି। ଯାହାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ପରିସରରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପୂର୍ବରୁ ରାଜନଗର ଅଞ୍ଚଳରେ ଷଣ୍ଢମାନେ ଚାଷ ଜମି ଓ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଥିବା ଚାଷୀମାନେ ପ୍ରଶାସନ ନିକଟରେ ବାରମ୍ୱାର ଅଭିଯୋଗ କରି ଆସୁଥିଲେ।

publive-image

ଏହି ସମସ୍ୟାର ସମାଧାନ କରିବା ପାଇଁ ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ଆଜି ଉତ୍ତ୍ୟକ୍ତ ଚାଷୀ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଶତାଧିକ ଷଣ୍ଢଙ୍କୁ ଘଉଡ଼ାଇ ଆଣି ଚାଷୀମାନେ ଜିଲ୍ଲାପାଳ ଜନଶୁଣାଣି ଅଫିସରେ ଛାଡ଼ି ପ୍ରତିବାଦ କରିଛନ୍ତି।

Advertisment

ସେପଟେ ଏହାକୁ ନେଇ ସ୍ଥିତି ଅଧିକ ଉତ୍ତେଜନା ହେବାରୁ ଅାସନ୍ତା ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧନ କରାଯିବ ଏବଂ ଷଣ୍ଢଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା