/odisha-reporter/media/post_attachments/uploads/2020/02/dkl-567.jpg)
dkl
କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସମବାୟ ସମିତି ଧାନ ମଣ୍ଡିରେ ଜଣେ ଚାଷୀଙ୍କୁ ଗୋଇଠା ମାଡ଼ ମରା ଯାଇଛି। ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଚାଷୀଙ୍କୁ ସର୍ବ ସମ୍ମୁଖରେ ଅଶ୍ଳୀଳ ଭାଷା ସହ ଗୋଇଠା ମାରିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିସହ ସମବାୟ ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ଚାଷୀଙ୍କୁ ଧମକ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ଚାଷୀଙ୍କ ନାଁ ଗୌତମ ସାହୁ। ତାଙ୍କ ଘର କୋରିଆପାଳରେ।
Advertisment
ଫେବ୍ରୁଆରୀ ୧୧ ତାରିଖରେ ଗୌତମ ଟୋକନ ସମସ୍ୟା ପଚାରିବା ପାଇଁ ମଣ୍ଡିକୁ ଯାଇଥିଲେ। ଏହି ସମୟରେ ଅଶୋକ ଓ ତାଙ୍କ ପୁଅ ଗୌତମଙ୍କୁ ଗାଳିଗୁଲଜ କରିବା ସହ ଗୋଇଠା ମାରିଥିବା ଅଭିଯୋଗ ହୋଇଥିଲା। ଭିଡିଓ ଭାଇରାଲ ପରେ ତାଙ୍କୁ ଧମକଚମକ ଦିଆଯାଉଥିବା ଗୌତମ ଅଭିଯୋଗ କରିଛନ୍ତି। ଏନେଇ ଅଶୋକ କିମ୍ବା ସମବାୟ ସମିତି କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
