Advertisment

ରାସ୍ତା ଉପରେ ରଖିଲେ ଧାନ ବସ୍ତା

ସୁନ୍ଦରଗଡ(ବିଜୟ ବରୁଆ): ରାସ୍ତକୁ ଓହ୍ଲାଇଲେ ଚାଷୀ। ଜାତୀୟ ରାଜପଥ ଉପରେ ରଖିଲେ ଶହ ଶହ ଧାନ ବସ୍ତା। ସୁନ୍ଦରଗଡ ଜିଲ୍ଲା ତାଳସରା ଥାନା ବାଲିଶଙ୍କରା ଲ୍ୟାମ୍ପସ ସାମ୍ନା ୨୪ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ଧାନ କଣିବାର ଦୀର୍ଘ ଦିନ ହେବା ପରେ ମଧ୍ୟ ଏଯାଏଁ ଟୋକନ ମିଳିନଥିବା ଅଭିଯୋଗରେ ଧାନବସ୍ତା ଓ ଟ୍ରାକ୍ଟର ରଖି ଚାଷୀମାନେ ରାସ୍ତାରୋକ କରିଛନ୍ତି । ଫଲରେ ଏନଏଚ୍ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ଦିନ ହେବ […]

author-image
Madhupriya Mistry
ରାସ୍ତା ଉପରେ ରଖିଲେ ଧାନ ବସ୍ତା

road-block

ସୁନ୍ଦରଗଡ(ବିଜୟ ବରୁଆ): ରାସ୍ତକୁ ଓହ୍ଲାଇଲେ ଚାଷୀ। ଜାତୀୟ ରାଜପଥ ଉପରେ ରଖିଲେ ଶହ ଶହ ଧାନ ବସ୍ତା। ସୁନ୍ଦରଗଡ ଜିଲ୍ଲା ତାଳସରା ଥାନା ବାଲିଶଙ୍କରା ଲ୍ୟାମ୍ପସ ସାମ୍ନା ୨୪ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ଧାନ କଣିବାର ଦୀର୍ଘ ଦିନ ହେବା ପରେ ମଧ୍ୟ ଏଯାଏଁ ଟୋକନ ମିଳିନଥିବା ଅଭିଯୋଗରେ ଧାନବସ୍ତା ଓ ଟ୍ରାକ୍ଟର ରଖି ଚାଷୀମାନେ ରାସ୍ତାରୋକ କରିଛନ୍ତି । ଫଲରେ ଏନଏଚ୍ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Advertisment

ଦୀର୍ଘ ଦିନ ହେବ ଧନ କିଣିବା ସତ୍ତ୍ୱେ ଟୋକନ ମିଳିନି। ବସ୍ତାରେ ଧାନ ରହି ରହି ଖରାପ ହେବାକୁ ଲାଗିଲାଣି। ଅଧିକ ଦିନ ବସ୍ତାରେ ବନ୍ଧା ହୋଇ ଧାନ ରହିଲେ ଖରାପ ହେବା ସହ ବିକ୍ରି ବେଳକୁ ଖରାପ ଧାନ ଦର୍ଶାଇ ମିଲରମାନ ଫେରାଇ ଦେବେ । ଏଥିସହ ମାର୍ଚ୍ଚ ୩୦ ପରେ ଧାନ କିଣା ମଧ୍ୟ ବନ୍ଦ ହୋଇଯିବ ।

ଏପରି ହେଲେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଧାନ ରହିଗଲେ ଚାଷୀ ଅଭାବୀ ବିକ୍ରିର ଶିକାର ହେବେ ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଲ୍ୟାମ୍ପସ ଏବଂ ଜିଲ୍ଲାପାଳକୁ କହିବା ପରେ ମଧ୍ୟ କୌଣସି ସମସ୍ୟାର ସମାଧନର ବାଟ ବାହାରୁନାହିଁ। ତେଣୁ ବାଧ୍ୟ ହୋଇ ଚାଷୀମାନ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି।

Advertisment
Farmer Protest