Advertisment

ଆଉ ୭ଦିନ ବଢ଼ିଲା ଚାଷୀ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି। ଅଗଷ୍ଟ ୧୬ତାରିଖରେ ଚାଷୀ ପଞ୍ଜିକରଣ ଅବଧିର ଶେଷ ତାରିଖ ଥିବାବେଳେ ରାଜ୍ୟ ସରକାର ଏହାକୁ ଅଗଷ୍ଟ ୨୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ସହ ବର୍ଦ୍ଧିତ ସମୟସୀମା […]

author-image
Ordigital Desk
ଅଦ୍ୟତନ ହୋଇଛି
ଆଉ ୭ଦିନ ବଢ଼ିଲା ଚାଷୀ ପଞ୍ଜିକରଣ

Farmer

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି। ଅଗଷ୍ଟ ୧୬ତାରିଖରେ ଚାଷୀ ପଞ୍ଜିକରଣ ଅବଧିର ଶେଷ ତାରିଖ ଥିବାବେଳେ ରାଜ୍ୟ ସରକାର ଏହାକୁ ଅଗଷ୍ଟ ୨୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ସହ ବର୍ଦ୍ଧିତ ସମୟସୀମା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିବାକୁ କୁହାଯାଇଛି। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ସୋସାଇଟିରେ ନିଜର ନାମ ପଞ୍ଜିକରଣ କରିପାରି ନାହାନ୍ତି ସେମାନେ ଏହା ଦ୍ୱାରା ଉପକୃତ ହେବେ। ନିକଟସ୍ଥ ସୋସାଇଟିକୁ ଯାଇ କୋଭିଡ୍ ନିୟମ ମାନି ନିଜର ନାମ ପଞ୍ଜିକରଣ କରିବାକୁ ମଧ୍ୟ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଗତକାଲି ସୁଦ୍ଧା ରାଜ୍ୟର ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ନିଜର ନାମ ପଞ୍ଜିକରଣ କରିଛନ୍ତି।  ରାଜ୍ୟର ୨୮୮୧ଟି ସୋସାଇଟି ମାଧ୍ୟମରେ ଏହି ଚାଷୀ ନାମ ପଞ୍ଜିକରଣ କରାଯାଉଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ନାମ ପଞ୍ଜିକରଣ କରାଯାଇଛି।

Advertisment
Government Of Odisha