/odisha-reporter/media/post_attachments/uploads/2019/12/farmer.jpg)
farmer
ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡା ଜିଲ୍ଲା ରାଜନଗର ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ଗାଁର ରାମଚନ୍ଦ୍ର ବାରିକ ପାଖାପାଖି ୪ ଏକର ଜମିରେ ଧାନ ଚାଷ କରିଥିଲେ। ନିକଟରେ ହୋଇଥିବା ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ଚାଷ କ୍ଷତିଗ୍ରସ୍ଥ ହୋଇଥିବାରୁ ରାମଚନ୍ଦ୍ର ଚିନ୍ତାରେ ଥିଲେ। ଗତକାଲି ରାତିରେ ସେ ଏଥିପାଇଁ ବିଷ ପିଇଥିବା ସନ୍ଦେହ କରାଯାଉଛି। ରାମଚନ୍ଦ୍ରଙ୍କ ଝିଅ କହିଛନ୍ତି ଯେ, ବାପା ସଂଧ୍ୟାରେ ଆସି ଘରେ ବସିଥିଲେ ଏବଂ ତାଙ୍କ ମା’ଙ୍କ ସହ ଚାଷରେ କ୍ଷତି ହୋଇଛି ବୋଲି କହି କିଛି ସମୟ ଆଲୋଚନା କରିଥିଲେ। କହିଥିଲେ ଫସଲ ସବୁ ନଷ୍ଟ ହୋଇଯାଇଛି। ତା’ ପରେ ସେ ଘର ଭିତରକୁ ଯାଇ ଶୋଇପଡିଲେ। ରାତି ପାଖାପାଖି ୧୧ଟା ବେଳକୁ ତାଙ୍କୁ ଯେତେବେଳେ ମୋ ମା ଡାକିଥିଲେ ସେ ଆଉ ଶୁଣିନଥିଲେ।
ତାପରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ଏସିବି କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରାମଚନ୍ଦ୍ରଙ୍କ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠି ଏବଂ ହାତଉଦ୍ଧାର ଋଣ କରିଛନ୍ତି। ୠଣ ଭାର ସହ ଧାନ ଫସଲ ନଷ୍ଟ ହେବା ପାଇଁ ରାମଚନ୍ଦ୍ର ଏଭଳି ନିଷ୍ପତି ନେଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ଖବର ଗାଁରେ ପ୍ରଚାରହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟିହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
