ଋଣଭାର: ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ନ ଦେଇପାରି ପୁଣି ଆତ୍ମହତ୍ୟା କଲେ ଚାଷୀ। ଏପରି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଆସିଛି। ମୃତ ଚାଷୀ ଜଣକ ହେଲେ କବୀରପୁର ଅଞ୍ଚଳର ବିଜୟ କୁମାର ପରିଡା। ଋଣଭାର ସହିନପାରି ବିଜୟ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ବିଜୟ ଚାଷଜମିକୁ ବୁଲିବାକୁ ଯାଇଥିଲେ କିନ୍ତୁ ବିଲରୁ ଘରକୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

farmer-suicide-in-balasore

farmer-suicide-in-balasore

Puspanjali Panda
  • Published: Wednesday, 30 October 2019
  • Updated: 30 October 2019, 07:30 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ନ ଦେଇପାରି ପୁଣି ଆତ୍ମହତ୍ୟା କଲେ ଚାଷୀ। ଏପରି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଆସିଛି। ମୃତ ଚାଷୀ ଜଣକ ହେଲେ କବୀରପୁର ଅଞ୍ଚଳର ବିଜୟ କୁମାର ପରିଡା।

ଋଣଭାର ସହିନପାରି ବିଜୟ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ବିଜୟ ଚାଷଜମିକୁ ବୁଲିବାକୁ ଯାଇଥିଲେ କିନ୍ତୁ ବିଲରୁ ଘରକୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ।

ତାଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଜି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ବିଜୟ ବିଭିନ୍ନ ବ୍ୟାଙ୍କ ଏବଂ ମହାଜନଙ୍କଠାରୁ ଋଣ ଆଣିଥିଲେ। ସେମାନେ ଟଙ୍କା ମାଗିବାକୁ ଆସୁଥିବାରୁ ସେ ଚାପରେ ଥିଲେ। ଏଥିଯୋଗୁଁ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos