Advertisment

ଋଣଭାର: ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ନ ଦେଇପାରି ପୁଣି ଆତ୍ମହତ୍ୟା କଲେ ଚାଷୀ। ଏପରି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଆସିଛି। ମୃତ ଚାଷୀ ଜଣକ ହେଲେ କବୀରପୁର ଅଞ୍ଚଳର ବିଜୟ କୁମାର ପରିଡା। ଋଣଭାର ସହିନପାରି ବିଜୟ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ବିଜୟ ଚାଷଜମିକୁ ବୁଲିବାକୁ ଯାଇଥିଲେ କିନ୍ତୁ ବିଲରୁ ଘରକୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

ଅଦ୍ୟତନ ହୋଇଛି
ଫସଲ ଉଜାଡ଼ି ଦେଲା ବାତ୍ୟା, ଜୀବନ ହାରିଲେ ଚାଷୀ!

farmer-suicide-in-balasore

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ନ ଦେଇପାରି ପୁଣି ଆତ୍ମହତ୍ୟା କଲେ ଚାଷୀ। ଏପରି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଆସିଛି। ମୃତ ଚାଷୀ ଜଣକ ହେଲେ କବୀରପୁର ଅଞ୍ଚଳର ବିଜୟ କୁମାର ପରିଡା।

Advertisment

ଋଣଭାର ସହିନପାରି ବିଜୟ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ବିଜୟ ଚାଷଜମିକୁ ବୁଲିବାକୁ ଯାଇଥିଲେ କିନ୍ତୁ ବିଲରୁ ଘରକୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ।

ତାଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଜି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

Advertisment

ବିଜୟ ବିଭିନ୍ନ ବ୍ୟାଙ୍କ ଏବଂ ମହାଜନଙ୍କଠାରୁ ଋଣ ଆଣିଥିଲେ। ସେମାନେ ଟଙ୍କା ମାଗିବାକୁ ଆସୁଥିବାରୁ ସେ ଚାପରେ ଥିଲେ। ଏଥିଯୋଗୁଁ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe