ଗୋଟିଏ ଦିନ ଆଗରୁ ମଣ୍ଡି ବନ୍ଦ ହୋଇଯିବାରୁ ତାତିଲେ ଚାଷୀ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ରିଆମାଳ ଥାନା ଅନ୍ତର୍ଗତ ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ଆଗ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୫ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଅବରୋଧ ଯୋଗୁ ଦେବଗଡ଼ ଓ ଅନୁଗୋଳ ମଧ୍ୟରେ ଯାତାୟତ ଠପ୍ ହୋଇଛି। ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି। ଅଭଯୋଗ ଅନୁସାରେ, ନାଉଲିପଡ଼ା ମଣ୍ଡିରେ […]

farmer

Rakesh Mallick
  • Published: Monday, 04 February 2019
  • , Updated: 04 February 2019, 02:05 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ରିଆମାଳ ଥାନା ଅନ୍ତର୍ଗତ ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ଆଗ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୫ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ଅବରୋଧ ଯୋଗୁ ଦେବଗଡ଼ ଓ ଅନୁଗୋଳ ମଧ୍ୟରେ ଯାତାୟତ ଠପ୍ ହୋଇଛି। ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି।

ଅଭଯୋଗ ଅନୁସାରେ, ନାଉଲିପଡ଼ା ମଣ୍ଡିରେ ଚଳିତବର୍ଷ ବୁଡ଼ିଦୋ, ମଳେହିପଡ଼ା, କଣ୍ଟାବାହାଲ, ଲୁଲଙ୍ଗ ଓ ନାଉଲିପଡ଼ା ପଞ୍ଚାୟତର ଚାଷୀଙ୍କଠାରୁ ୩୯ ହଜାର କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏ ଯାଏ ମାତ୍ର ୧୬ ହଜାର କ୍ୱିଣ୍ଟାଲ ଧାନ କିଣା ହୋଇଛି। ଧାନ କିଣାର ସମୟସୀମା ଆଜି ଶେଷ ହେବାକୁ ଥିବା ବେଳେ ଗତକାଲିଠାରୁ ମଣ୍ଡି ବନ୍ଦ ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

Related story