Advertisment

ରାଜ୍ୟ ନଚାହିଁଲେ ବି ‘ପିଏମ୍‌ କିଷାନ’ରେ ସାମିଲ ହୋଇପାରିବେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ ‘ପିଏମ୍‌ କିଷାନ’ ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍‌ କିଷାନ’ ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ‘ପିଏମ୍ କିଷାନ’ ୱେବସାଇଟକୁ ଯାଇ ନିଜ ସଂପର୍କିତ ତଥ୍ୟ ଅପ୍‌ଲୋଡ୍‌ କରିବେ ଚାଷୀ।   ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେ ଚାଷୀ ହୋଇଥିଲେ ମଧ୍ୟ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜ୍ୟ ନଚାହିଁଲେ ବି ‘ପିଏମ୍‌ କିଷାନ’ରେ ସାମିଲ ହୋଇପାରିବେ ଚାଷୀ

Farmers-can-now-register-themselves-for-PM-Kisan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟପିଏମ୍‌କିଷାନଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ପିଏମ୍‌କିଷାଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାରଏଥିପାଇଁ ପିଏମ୍ କିଷାନ’ ୱେବସାଟକୁଯାଇ ନିଜ ସଂପର୍କିତ ତଥ୍ୟ ଅପ୍‌ଲୋଡ୍‌କରିବେ ଚାଷୀ 

Advertisment

ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେଚାଷୀ ହୋଇଥିଲେ ମଧ୍ୟପାଇ ନାହାନ୍ତି ପିଏମ୍ କିଷାନ୍ଟଙ୍କାଠିକ୍ ସେମିତି ବାଲେଶ୍ୱର ନିଧିପଣ୍ଡା ଗାଁର ଅନ୍ୟ ଜଣେ ଚାଷୀ ହେଉଛନ୍ତି ଆଦିକନ୍ଦ ପାକଳରାଜ୍ୟ ସରକାରଙ୍କ କାଳିଆ’ଯୋଜନାରେ ସହାୟତା ପାଇଛନ୍ତିହେଲେ କେନ୍ଦ୍ର ସରକାରଙ୍କପିଏମ୍ କିଷାନଯୋଜନାରୁ ବଞ୍ଚିତ ଅଛନ୍ତିରାଜ୍ୟରେ ଏମିତି ଲକ୍ଷ ଲକ୍ଷ ଚାଷୀଯେଉଁମାନେ ପିଏମ୍‌ କିଷାନ୍‌’ ଯୋଜନାରୁ ସହାୟତା ପାଉନାହାନ୍ତିକାରଣ ରାଜ୍ୟ ସରକାର ସବୁ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି

ସମସ୍ତ କ୍ଷୁଦ୍ର, ନାମମାତ୍ର ଓ ବଡ଼ ଚାଷୀଙ୍କୁ ପିଏମ୍ କିଷାନସହାୟତା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତିକିନ୍ତୁ ଓଡ଼ିଶା ସରକାର ଦେଇଛନ୍ତି ମାତ୍ର ୩୦ ଲକ୍ଷ ୯୧ ହଜାର ୭୮୩ ଚାଷୀଙ୍କ ନାଁଯେଉଁଥିରେ ପ୍ରଥମ କିସ୍ତିରେ ୩୦ ଲକ୍ଷ ୨୬ ହଜାର ୨୪ ଜଣ ଓ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇଛନ୍ତି ୯ ଲକ୍ଷ ୩୪ ହଜାର ୭୯୭ ଚାଷୀହେଲେ ରାଜ୍ୟ ସରକାର ଚାଷୀଙ୍କ ବିସ୍ତୃତ ତାଲିକା କେନ୍ଦ୍ରକୁ ଦେଉନଥିବାରୁ ସାଧାରଣରେଅସନ୍ତୋଷ ପ୍ରକାଶ ପାଇଛି

Advertisment

ଗୋଟିଏ ପଟେ କାଳିଆ’ଯୋଜନାରେ ୫୧ଲକ୍ଷ ଚାଷୀ ସହାୟତା ପାଇଥିବାବେଳେ ହୁରି ୨୪ ଲକ୍ଷଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିହେଲେ କେନ୍ଦ୍ର ସରକାରଙ୍କୁ କିନ୍ତୁ ସଂପୂର୍ଣ୍ଣ ଚାଷୀଙ୍କ ତଥ୍ୟ ଦେବାକୁ ପଣାଇଛନ୍ତି ଟାଳଟୁଳ ନୀତିତେଣୁ ସିଧାସଳଖ ପିଏମ କିଷାଯୋଜନାରେ ଚାଷୀଙ୍କୁ ସାମିଲ କରିବାକୁ ବାଟ ବାହାର କରିଛନ୍ତି କେନ୍ଦ୍ର ସରକାରରାଜ୍ୟମାନଙ୍କୁ ବାଏପାସ୍ କରିବା ସହ ଚାପ ପକାଇବାକୁ ଏଭଳି ବ୍ୟବସ୍ଥା ହୋଇଥିବା କୁହଯାଉଛିଏଥିପାଇଁ ପିଏମ୍ କିଷାନ’ ୱେବସାଟ୍‌ରେଚାଷୀଙ୍କୁ ନିଜ ସଂପର୍କିତ ତଥ୍ୟ ଅପ୍‌ଲୋଡ୍‌କରିବେସେସବୁ ତଥ୍ୟ ଯାଞ୍ଚ ପରେ କେନ୍ଦ୍ରରୁ ସହାୟତା ପାଇବେଏହାଦ୍ୱାରା ଚାଷୀଙ୍କୁ ନେଇ ରାଜ୍ୟ ସରକାର ଖେଳୁଥିବା ଖେଳର ପର୍ଦ୍ଦାଫାସ୍‌ହେବ ବୋଲି ବିରୋଧୀ କହିଛନ୍ତି।