Farmers-can-now-register-themselves-for-PM-Kisan
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ‘ପିଏମ୍କିଷାନ’ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ।ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍କିଷାନ’ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର।ଏଥିପାଇଁ ‘ପିଏମ୍ କିଷାନ’ ୱେବସାଇଟକୁଯାଇ ନିଜ ସଂପର୍କିତ ତଥ୍ୟ ଅପ୍ଲୋଡ୍କରିବେ ଚାଷୀ।
ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେଚାଷୀ ହୋଇଥିଲେ ମଧ୍ୟପାଇ ନାହାନ୍ତି ‘ପିଏମ୍ କିଷାନ୍’ଟଙ୍କା।ଠିକ୍ ସେମିତି ବାଲେଶ୍ୱର ନିଧିପଣ୍ଡା ଗାଁର ଅନ୍ୟ ଜଣେ ଚାଷୀ ହେଉଛନ୍ତି ଆଦିକନ୍ଦ ପାକଳ।ରାଜ୍ୟ ସରକାରଙ୍କ ‘କାଳିଆ’ଯୋଜନାରେ ସହାୟତା ପାଇଛନ୍ତି।ହେଲେ କେନ୍ଦ୍ର ସରକାରଙ୍କ‘ପିଏମ୍ କିଷାନ’ଯୋଜନାରୁ ବଞ୍ଚିତ ଅଛନ୍ତିରାଜ୍ୟରେ ଏମିତି ଲକ୍ଷ ଲକ୍ଷ ଚାଷୀ।ଯେଉଁମାନେ ‘ପିଏମ୍ କିଷାନ୍’ ଯୋଜନାରୁ ସହାୟତା ପାଉନାହାନ୍ତି।କାରଣ ରାଜ୍ୟ ସରକାର ସବୁ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି।
ସମସ୍ତ କ୍ଷୁଦ୍ର, ନାମମାତ୍ର ଓ ବଡ଼ ଚାଷୀଙ୍କୁ ‘ପିଏମ୍ କିଷାନ’ସହାୟତା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।କିନ୍ତୁ ଓଡ଼ିଶା ସରକାର ଦେଇଛନ୍ତି ମାତ୍ର ୩୦ ଲକ୍ଷ ୯୧ ହଜାର ୭୮୩ ଚାଷୀଙ୍କ ନାଁ।ଯେଉଁଥିରେ ପ୍ରଥମ କିସ୍ତିରେ ୩୦ ଲକ୍ଷ ୨୬ ହଜାର ୨୪ ଜଣ ଓ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇଛନ୍ତି ୯ ଲକ୍ଷ ୩୪ ହଜାର ୭୯୭ ଚାଷୀ।ହେଲେ ରାଜ୍ୟ ସରକାର ଚାଷୀଙ୍କ ବିସ୍ତୃତ ତାଲିକା କେନ୍ଦ୍ରକୁ ଦେଉନଥିବାରୁ ସାଧାରଣରେଅସନ୍ତୋଷ ପ୍ରକାଶ ପାଇଛି।
ଗୋଟିଏ ପଟେ ‘କାଳିଆ’ଯୋଜନାରେ ୫୧ଲକ୍ଷ ଚାଷୀ ସହାୟତା ପାଇଥିବାବେଳେ ଆହୁରି ୨୪ ଲକ୍ଷଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ହେଲେ କେନ୍ଦ୍ର ସରକାରଙ୍କୁ କିନ୍ତୁ ସଂପୂର୍ଣ୍ଣ ଚାଷୀଙ୍କ ତଥ୍ୟ ଦେବାକୁ ଆପଣାଇଛନ୍ତି ଟାଳଟୁଳ ନୀତି।ତେଣୁ ସିଧାସଳଖ ‘ପିଏମ କିଷାନ’ଯୋଜନାରେ ଚାଷୀଙ୍କୁ ସାମିଲ କରିବାକୁ ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର।ରାଜ୍ୟମାନଙ୍କୁ ବାଏପାସ୍ କରିବା ସହ ଚାପ ପକାଇବାକୁ ଏଭଳି ବ୍ୟବସ୍ଥା ହୋଇଥିବା କୁହଯାଉଛି।ଏଥିପାଇଁ ‘ପିଏମ୍ କିଷାନ’ ୱେବସାଇଟ୍ରେଚାଷୀଙ୍କୁ ନିଜ ସଂପର୍କିତ ତଥ୍ୟ ଅପ୍ଲୋଡ୍କରିବେ।ସେସବୁ ତଥ୍ୟ ଯାଞ୍ଚ ପରେ କେନ୍ଦ୍ରରୁ ସହାୟତା ପାଇବେ।ଏହାଦ୍ୱାରା ଚାଷୀଙ୍କୁ ନେଇ ରାଜ୍ୟ ସରକାର ଖେଳୁଥିବା ଖେଳର ପର୍ଦ୍ଦାଫାସ୍ହେବ ବୋଲି ବିରୋଧୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/Farmers-can-now-register-themselves-for-PM-Kisan.jpg)