Advertisment

ରାସ୍ତାରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ବ୍ଲକ କୋକଳବା ଛକରେ ରାସ୍ତାରେ ଧାନ ଢାଳି ରାସ୍ତାରୋକ କରିଛନ୍ତି ଚାଷୀ। ଏହି ରାସ୍ତାରୋକ ଆନ୍ଦୋଳନରେ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଫଳରେ କଟକ ନରସିଂହପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ମଣ୍ଡିରେ ଚାଲିଥିବା ଅଚଳାବସ୍ଥାକୁ ବିରୋଧ କରି ଚାଷୀମାନେ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କୋକଳବା ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଛି। ତେବେ ମିଲର୍ସମାନେ ଦୁଇ ଦୁଇ […]

ରାସ୍ତାରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ

narashingpur

Advertisment

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ବ୍ଲକ କୋକଳବା ଛକରେ ରାସ୍ତାରେ ଧାନ ଢାଳି ରାସ୍ତାରୋକ କରିଛନ୍ତି ଚାଷୀ। ଏହି ରାସ୍ତାରୋକ ଆନ୍ଦୋଳନରେ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଫଳରେ କଟକ ନରସିଂହପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ମଣ୍ଡିରେ ଚାଲିଥିବା ଅଚଳାବସ୍ଥାକୁ ବିରୋଧ କରି ଚାଷୀମାନେ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ଅନୁସାରେ କୋକଳବା ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଛି। ତେବେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ। ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  ପ୍ରତିବାଦ ସ୍ୱରୂପ ଚାଷୀମାନେ ମଣ୍ଡିରେ ଥିବା ଧାନବସ୍ତା ସବୁ ଆଣି ରାସ୍ତାରେ ଢାଳିଦେଇଥିଲେ।

ଖବର ଅତିରିକ୍ତ ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe