Advertisment

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିଛି ପୂଜାର୍ଚ୍ଚନା

ନୂଆପଡ଼ା (ମାୟାଧର ସରାଫ): ଗାଁ ମୁଣ୍ଡରେ ଚାଲିଛି ପୂଜାର୍ଚ୍ଚନା। ମନ୍ତ୍ର ଉଚ୍ଚାରଣ କରୁଛନ୍ତି ସାଧୁ। ହୋମଯଜ୍ଞ ମଧ୍ୟ ଚାଲିଛି। ଏଣେ ଗାଁ ଭିତରେ ଚାଲିଛି କଳସ ଶୋଭାଯାତ୍ରା। ସଂକୀର୍ତ୍ତନର ତାଳେ ତାଳେ ଗାଁ ପରିକ୍ରମା କରି ଯଜ୍ଞସ୍ଥଳକୁ ଯାଉଛନ୍ତି ଗ୍ରାମବାସୀ। ରୀତିନୀତି ଅନୁସାରେ ବର୍ଷା ପାଇଁ ଇନ୍ଦ୍ରଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି ନୂଆପଡ଼ା କୋମନା ବ୍ଲକ ଜଟଗଡ଼ ପଞ୍ଚାତର ୫ଟି ଗାଁର ଚାଷୀ। ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ବର୍ଷା ହେବ ବୋଲି ଚାଷୀମାନଙ୍କର ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ […]

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିଛି ପୂଜାର୍ଚ୍ଚନା

FARMERS-IN-NUAPADA-ARE-PRAYING-TO-RAIN-GOD-TO-END-THE-DRY-PATCH

Advertisment

ନୂଆପଡ଼ା (ମାୟାଧର ସରାଫ): ଗାଁ ମୁଣ୍ଡରେ ଚାଲିଛି ପୂଜାର୍ଚ୍ଚନା। ମନ୍ତ୍ର ଉଚ୍ଚାରଣ କରୁଛନ୍ତି ସାଧୁ। ହୋମଯଜ୍ଞ ମଧ୍ୟ ଚାଲିଛି। ଏଣେ ଗାଁ ଭିତରେ ଚାଲିଛି କଳସ ଶୋଭାଯାତ୍ରା। ସଂକୀର୍ତ୍ତନର ତାଳେ ତାଳେ ଗାଁ ପରିକ୍ରମା କରି ଯଜ୍ଞସ୍ଥଳକୁ ଯାଉଛନ୍ତି ଗ୍ରାମବାସୀ। ରୀତିନୀତି ଅନୁସାରେ ବର୍ଷା ପାଇଁ ଇନ୍ଦ୍ରଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି ନୂଆପଡ଼ା କୋମନା ବ୍ଲକ ଜଟଗଡ଼ ପଞ୍ଚାତର ୫ଟି ଗାଁର ଚାଷୀ। ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ବର୍ଷା ହେବ ବୋଲି ଚାଷୀମାନଙ୍କର ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏପରି ପୂଜାର୍ଚ୍ଚନା କରାଯାଉଛି।

Advertisment

ସ୍ଥାନୀୟ ଚାଷୀ ହରି ମାଝୀ କହିଛନ୍ତି,“ବର୍ଷା ହେଉନାହିଁ। ତେଣୁ ଚାଷ ଜମି ଶୁଖି ଫାଟିଗଲାଣି। ଚାଷ ଜମି ଉପର ମୁଣ୍ଡରେ ଥିବା ଡ୍ୟାମଟି ମଧ୍ୟ ଶୁଖିଲା। ତେଣୁ ତଳି ମରିବାକୁ ବସିଲାଣି।”

ବର୍ଷା ଅଭାବରୁ ଏ ଅଞ୍ଚଳରେ ଏକର ଏକର ଜମି ଶୁଖିଲା ପଡ଼ିଛି। ଟାଇଁ ଟାଇଁ ଖରାରେ ଜମି ଫାଟି ଆଁ କଲାଣି। ତଳି ମଧ୍ୟ ପୋଡ଼ିବାରେ ଲାଗିଲାଣି। ଯାହା କିଛି ବି ବଞ୍ଚିଛି, ପାଣି ଅଭାବରୁ ତା ମଧ୍ୟ ହଳଦିଆ ପଡ଼ିଗଲାଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe