ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା ନ କରିବା ଓ ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏପରିକି ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ ବହୁ କଷ୍ଟରେ ଉପାର୍ଜନ କରୁଥିବା ଶସ୍ୟରୁ ପରିଶ୍ରମ ତୁଳନାରେ ପ୍ରାପ୍ୟ ମିଳୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଉତ୍ପାଦିତ ପନିପରିବାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଶେଷରେ ଅଭାବି ବିକ୍ରିର ଶୀକାର ହୋଇ ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏହାର ଫାଇଦା ନେଇ ମଧ୍ୟସ୍ଥି ଚଢ଼ା ଦରରେ ବିକି ମାଲେ ମାଲ ହେଉଛନ୍ତି। ଏହାକୁ ନେଇ ଚାଷୀମାନେ ଆଜି ଦସମାଇଲ ଛକରେ ଆନ୍ଦୋଳନ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦାଦନ ଖଟିବାକୁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି
କେବଳ ଚଳିତ ମାସରେ ବଲାଙ୍ଗିର ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇସାରିଲାଣି।
Business
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି
୨୭ତାରିଖରେ ପ୍ରାକ୍ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଅଂଶସ୍ୱରୂପ ସିଆଇଆଇ ନ୍ୟାସନାଲ କାଉନସିଲର ୫ଟି ଅଧିବେଶନ ଆୟୋଜିତ ହେବ । ଯେଉଁଥିରେ ସିଆଇଆଇ ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ଯୋଗ ଦେବେ । ୨୮ତାରିଖ ପୂର୍ବାହ୍ନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Special
ନିଷ୍ପତ୍ତି ନେଇଥିଲେ ଯିଏ, ବାତିଲ କଲେ ସିଏ : ୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ
ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ବାହାରର ଠିକାଦାରୀ ସଂସ୍ଥାକୁ ନବୀନ ସରକାର ବାଂଟିଥିବା ଏହି ଟେଣ୍ଡରଗୁଡ଼ିକୁ ମୋହନ ସରକାର ବାତିଲ କରିଦେଇଛନ୍ତି।
Miscellaneous
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।
Business
ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ, ଆର୍ଥିକ ପ୍ୟାକେଜକୁ କ୍ୟାବିନେଟ୍ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ୍ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା ନିମନ୍ତେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି ।