Protest by Farmers
ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା ନ କରିବା ଓ ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏପରିକି ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ ବହୁ କଷ୍ଟରେ ଉପାର୍ଜନ କରୁଥିବା ଶସ୍ୟରୁ ପରିଶ୍ରମ ତୁଳନାରେ ପ୍ରାପ୍ୟ ମିଳୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
/odisha-reporter/media/post_attachments/wp-content/uploads/2021/09/8999999999999.jpg)
ଉତ୍ପାଦିତ ପନିପରିବାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଶେଷରେ ଅଭାବି ବିକ୍ରିର ଶୀକାର ହୋଇ ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏହାର ଫାଇଦା ନେଇ ମଧ୍ୟସ୍ଥି ଚଢ଼ା ଦରରେ ବିକି ମାଲେ ମାଲ ହେଉଛନ୍ତି। ଏହାକୁ ନେଇ ଚାଷୀମାନେ ଆଜି ଦସମାଇଲ ଛକରେ ଆନ୍ଦୋଳନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/rbbbbbbbbb.jpg)