Advertisment

୧୭ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜିକରଣ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ଧାନ ସଂଗ୍ରହରେ ସାମିଲ ନିମନ୍ତେ ଚାଷୀ ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପଞ୍ଜିକରଣ ଅବଧି ଚଳିତମାସ ୧୦ତାରିଖରେ ଶେଷ ହେବାର ଥିଲା। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୧୯-୨୦ ଖରିଫ ଋତୁରେ ଚାଷୀଙ୍କଠୁ ବଳକା ଧାନ କ୍ରୟ ନିମନ୍ତେ ପି-ପାସ୍ ବ୍ୟବସ୍ଥାରେ ଚାଷୀଙ୍କ ପଞ୍ଜିକରଣ […]

୧୭ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜିକରଣ ଅବଧି

farmers

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ଧାନ ସଂଗ୍ରହରେ ସାମିଲ ନିମନ୍ତେ ଚାଷୀ ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପଞ୍ଜିକରଣ ଅବଧି ଚଳିତମାସ ୧୦ତାରିଖରେ ଶେଷ ହେବାର ଥିଲା।

Advertisment

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୧୯-୨୦ ଖରିଫ ଋତୁରେ ଚାଷୀଙ୍କଠୁ ବଳକା ଧାନ କ୍ରୟ ନିମନ୍ତେ ପି-ପାସ୍ ବ୍ୟବସ୍ଥାରେ ଚାଷୀଙ୍କ ପଞ୍ଜିକରଣ ଅବଧିକୁ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକରଣ କରିସାରିଲେଣି। ଚାଷୀମାନେ ନିକଟସ୍ଥ ପ୍ୟାକ୍ସ କିମ୍ବା ପାଣି ପଞ୍ଚାୟତକୁ ଯାଇ ପଞ୍ଜିକରଣ କରିପାରିବେ। ନଭେମ୍ବର ପହିଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ୧୨.୬୦ଲକ୍ଷ ଚାଷୀ ଧାନ ପ୍ରକ୍ରିୟାକରଣରେ ସାମିଲ ହୋଇଥିବାବେଳେ ଚଳିତବର୍ଷ ଚାଷୀ ପଞ୍ଜିକରଣ ହାର ଅତ୍ୟନ୍ତ ଧିମା ରହିବାରୁ ରାଜ୍ୟ ସରକାର ୧୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରି ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe