/odisha-reporter/media/post_attachments/uploads/2020/10/balasore-1.jpg)
balasore
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୁଣା ବାଲେଶ୍ୱର ଏକ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏକ ସାଂଘାତିକ ତ୍ରୁଟି। ଜଣେ ୪୦ ବର୍ଷୀୟ ମହିଳା ଭୋଟରଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ତାଙ୍କଠୁ ନିଆଯାଇଛି ପୋଷ୍ଟାଲ୍ ବାଲାଟରେ ଭୋଟ୍। ବାଲେଶ୍ୱର ସଦରରେ ଉପନିର୍ବାଚନର ପୋଷ୍ଟାଲ୍ ବାଲାଟରେ ଭୋଟ୍ ହେଉଛି।
Advertisment
ଦିବ୍ୟାଙ୍ଗ, କରୋନା ସଂକ୍ରମିତ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଖରେ ନିର୍ବାଚନ ଅଧିକାରୀ ପହଞ୍ଚି ଭୋଟ୍ ନେଉଛନ୍ତି। ତେବେ ସଂପୃକ୍ତ ମହିଳାଙ୍କ ପୂର୍ବରୁ ବାଲାଟ୍ ପେପରରେ ତ୍ରୁଟି ଥିବାରୁ ଏପରି ହେଇଥିବା ଅନୁମାନ କରାଯାଉଛି।
ଉପନିର୍ବାଚନ ପୂର୍ବରୁ ସର୍ଭେ ବି ଚଳିତ ଥର ହୋଇନି। ତେବେ ଏହାକୁ ନେଇ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୩ ତାରିଖରେ ଓଡ଼ିଶାରେ ଉପନିର୍ବାଚନ ହେବ। ରାଜ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
