Advertisment

ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ଭାଇ ଓ ବାପା ବି ସେଠାରେ ଥିଲେ: ନଣନ୍ଦ

କଟକ(ଦେବାଶିଷ ମହାନ୍ତି): ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ନଣନ୍ଦ। ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ବାପା ଓ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ସମସ୍ତେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି। ଏହାସହ ନିକିତାଙ୍କ ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ କରି ସେ ଏହାର ତଦନ୍ତ ଦାବି କରିଛନ୍ତି। ନିକିତାଙ୍କ ନଣନ୍ଦ ସୋନମ୍ କହିଛନ୍ତି, “ଘଟଣା ସମୟରେ […]

ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ଭାଇ ଓ ବାପା ବି ସେଠାରେ ଥିଲେ: ନଣନ୍ଦ

Actress-Nikita-12

Advertisment

କଟକ(ଦେବାଶିଷ ମହାନ୍ତି): ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ନଣନ୍ଦ। ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ବାପା ଓ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ସମସ୍ତେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି। ଏହାସହ ନିକିତାଙ୍କ ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ କରି ସେ ଏହାର ତଦନ୍ତ ଦାବି କରିଛନ୍ତି।

Advertisment

ନିକିତାଙ୍କ ନଣନ୍ଦ ସୋନମ୍ କହିଛନ୍ତି, “ଘଟଣା ସମୟରେ ନିକିତା ଓ ମୋ ଭାଇ ଲିପନଙ୍କ ବ୍ୟତୀତ ଛାତ ଉପରେ ତାଙ୍କ ବାପା ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ। ଛାତରୁ ସେ ଖସି ପଡୁଥିବା ବେଳେ ଉଦ୍ଧାର କରିବାକୁ ସମସ୍ତେ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ଧରି ରଖିଥିଲେ। ମାତ୍ର ତାଙ୍କୁ ରକ୍ଷା କରିବା ସମ୍ଭବ ହୋଇପାରି ନଥିଲା। ସେ ତଳକୁ ଖସି ପଡ଼ିଥିଲେ। ଲିପନ୍ ମୋତେ ଏସବୁ କଥା କହିଛନ୍ତି।”

ସେପଟେ ନିକିତା ନିଜ ଶିଶୁକୁ ଖେଳାଉଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ମୃତ୍ୟୁର କିଛି ଦିନ ପୂର୍ବର ଏହି ଭିଡିଓରେ ନିକିତାଙ୍କ ସହ ତାଙ୍କ ସ୍ୱାମୀ ଲିପନ ବି ଥିବା ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ନିକିତାଙ୍କ ଶାଶୂଘରେ ଚାଉଳିଆଗଞ୍ଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ୍‌ ସତ୍ତ୍ୱେ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଞ୍ଜ ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe