Advertisment

ସୁନା ଜିତିଲେ ବାପା-ଝିଅ

ଜୟପୁର(ଓଡ଼ିଶା ରିପୋର୍ଟର): ଯେମିତି ବାପା, ସେମିତି ଝିଅ। ପ୍ରତିଭାରେ କେହି କାହାରିଠୁ ଟିକେ ବି ଉଣା ନୁହନ୍ତି। କୋରାପୁଟ ଜୟପୁରର ସହରରେ ଏ ବାପ-ଝିଅଙ୍କୁ ନେଇ ଢେର ଚର୍ଚ୍ଚା। କାରଣ ଶକ୍ତି ଉତ୍ତୋଳକନରେ ଉଭୟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜୟପୁର ସହରର ସୌରା ସାହି ବାସିନ୍ଦା ବିଶ୍ୱନାଥ ନାୟକ ନିକଟରେ ଭୁବନେଶ୍ୱରରେ ଆୟୋଜିତ ରେଲେଓ୍ୱର ଓଡ଼ିଶା ଷ୍ଟେଟ୍ ଚାମ୍ପିଅନସିପ୍‌ର ୭୭ କିଲୋ ମାଷ୍ଟର୍ସ ବର୍ଗରେ ବିଶ୍ୱନାଥ ହାସଲ କରିଛନ୍ତି ଗୋଲ୍ଡ ମ଼େଡାଲ। ଆଉ ତାଠୁ ଅଧିକ ଖୁସିର […]

author-image
Niranjan Mishra
ସୁନା ଜିତିଲେ ବାପା-ଝିଅ

medal

ଜୟପୁର(ଓଡ଼ିଶା ରିପୋର୍ଟର): ଯେମିତି ବାପା, ସେମିତି ଝିଅ। ପ୍ରତିଭାରେ କେହି କାହାରିଠୁ ଟିକେ ବି ଉଣା ନୁହନ୍ତି। କୋରାପୁଟ ଜୟପୁରର ସହରରେ ଏ ବାପ-ଝିଅଙ୍କୁ ନେଇ ଢେର ଚର୍ଚ୍ଚା। କାରଣ ଶକ୍ତି ଉତ୍ତୋଳକନରେ ଉଭୟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜୟପୁର ସହରର ସୌରା ସାହି ବାସିନ୍ଦା ବିଶ୍ୱନାଥ ନାୟକ ନିକଟରେ ଭୁବନେଶ୍ୱରରେ ଆୟୋଜିତ ରେଲେଓ୍ୱର ଓଡ଼ିଶା ଷ୍ଟେଟ୍ ଚାମ୍ପିଅନସିପ୍‌ର ୭୭ କିଲୋ ମାଷ୍ଟର୍ସ ବର୍ଗରେ ବିଶ୍ୱନାଥ ହାସଲ କରିଛନ୍ତି ଗୋଲ୍ଡ ମ଼େଡାଲ। ଆଉ ତାଠୁ ଅଧିକ ଖୁସିର କଥା ହେଉଛି ତାଙ୍କ ୧୪ ବର୍ଷର ଝିଅ ବୈଭବୀ ନାୟକ ବି ତାଙ୍କ ଭଳି, ସେହି ସମାନ ଇଭେଣ୍ଟରେ ଜିଣିଛନ୍ତି ସ୍ୱର୍ଣ୍ଣ। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୧୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୫୫ କିଲୋ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବୈଭବୀ।

Advertisment

ବିଶ୍ୱନାଥ ପେଷାରେ ଜଣେ ଆଇନଜୀବୀ। ହେଲେ ବି ନିଶା ତାଙ୍କର ଆଥଲେଟିଂ ଓ ବଡି ବିଲ୍ଡିଂ। ଦୀର୍ଘ ବର୍ଷ ଧରି ସହରର ଜଣେ ଆଗଧାଡ଼ିର ଶକ୍ତି ଉତ୍ତୋଳକ ଭାବେ ତାଙ୍କର ପରିଚୟ ରହିଛି। ପୂର୍ବରୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ପ୍ରତିଯୋଗିତାରେ ସେ ବହୁ ପଦକ ଜିଣିଛନ୍ତି। ତେବେ ତାଙ୍କ ନିଜ ସଫଳତା ଅପେକ୍ଷା ଏବେ ତାଙ୍କ ପାଇଁ ଅଧିକ ଗର୍ବ ଆଣିଛନ୍ତି ତାଙ୍କ ଝିଅ। ବାପାଙ୍କ ପଦାଙ୍କ ଅନୁସରଣ କରି ପଦାର୍ପଣ ପ୍ରତିଯୋଗିତାରେ ବୈଭବୀ ସ୍ୱର୍ଣ୍ଣ ଜିତିଥିବାରୁ ଆଗକୁ ତାଙ୍କ ଉଜ୍ୱଳ ଭବିଷ୍ୟତ ଦେଖୁଥିବା କହିଛନ୍ତି ବିଶ୍ୱନାଥ।

ପିଢ଼ି ପରେ ପିଢ଼ି କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ବିଶ୍ୱନାଥଙ୍କ ପରିବାର। ତାଙ୍କ ବାପା ମଧ୍ୟ ଜଣେ କୁସ୍ତି ଯୋଦ୍ଧା ଥିଲେ। ବିଶ୍ୱନାଥଙ୍କ ଆଗାମୀ ଲକ୍ଷ୍ୟ, ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାର ଭାଗ ନେଇ ଦେଶ ପାଇଁ ସଫଳତା ଆଣିବା।

Advertisment

ଏମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି।