Advertisment

ବିଷ ପିଇ ଦେଲେ ବାପ, ପୁଅ

କାମାକ୍ଷାନଗର(ବିଦ୍ୟାଧର ବରାଳ): ପରିବାର ଭିତରେ ମନମନାନ୍ତରକୁ ନେଇ ବିଷ ପିଇ ଦେଲେ ବାପ, ପୁଅ। ବିଷ ପିଇ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ୨ ନଂ କଲୋନୀରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣକ କେଶରୀ ସାହୁ ଓ ଗୁରୁତର ଜଣକ ସଞ୍ଜୟ ସାହୁ। ସୂଚନା ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। […]

ଅଦ୍ୟତନ ହୋଇଛି
ବିଷ ପିଇ ଦେଲେ ବାପ, ପୁଅ

death

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ପରିବାର ଭିତରେ ମନମନାନ୍ତରକୁ ନେଇ ବିଷ ପିଇ ଦେଲେ ବାପ, ପୁଅ। ବିଷ ପିଇ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ୨ ନଂ କଲୋନୀରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣକ କେଶରୀ ସାହୁ ଓ ଗୁରୁତର ଜଣକ ସଞ୍ଜୟ ସାହୁ।

Advertisment

ସୂଚନା ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ବିଷ ପିଇବା ପରେ ବାପା କେଶରୀ ସାହୁଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ସଞ୍ଜୟଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଘରେ କେଉଁ କାରଣରୁ କଳହ ଓ ମନମନାନ୍ତର ଲାଗିଥିଲା ତାହା ସ୍ପଷ୍ଟ ହୋଇନି। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe