Advertisment

ଆଖି ଆଗରେ ନଦୀରେ ଭାସିଗଲେ ୩ ଛୁଆ, ପାଣିକୁ ଡେଇଁଲେ ବାପା

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଛୁଆ ଉପରକୁ ବିପଦ ଆସୁଥିବା ଦେଖିଲେ ନିଜ ଜୀବନକୁ ବାଜି ଲଗାଇଦିଏ ବାପା ।  ନିଜକୁ ମରଣ ମୁହଁକୁ ଠେଲି ଛୁଆକୁ ସୁରକ୍ଷା ଦିଏ। ଏମିତି ଏକ ଘଟଣା ଆଜି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଦେଖିବାକୁ ମିଳିଛି। ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା। ସେ ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାରେ […]

ଅଦ୍ୟତନ ହୋଇଛି
ଆଖି ଆଗରେ ନଦୀରେ ଭାସିଗଲେ ୩ ଛୁଆ, ପାଣିକୁ ଡେଇଁଲେ ବାପା

water

Advertisment

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଛୁଆ ଉପରକୁ ବିପଦ ଆସୁଥିବା ଦେଖିଲେ ନିଜ ଜୀବନକୁ ବାଜି ଲଗାଇଦିଏ ବାପା ।  ନିଜକୁ ମରଣ ମୁହଁକୁ ଠେଲି ଛୁଆକୁ ସୁରକ୍ଷା ଦିଏ। ଏମିତି ଏକ ଘଟଣା ଆଜି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଦେଖିବାକୁ ମିଳିଛି। ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା। ସେ ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଆଉ ଏକ ଛୁଆର ପତ୍ତା ମିଳୁନି।

Advertisment

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ଝୁଲା ପୋଲ ବୁଲି ସାରିବା ପରେ ୩ ଛୁଆ ସେମାନଙ୍କ ବାପାଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତରେ ୩ ଛୁଆ ଭାସି ଯାଇଥିଲେ। ଏହା ଦେଖି ସେମାନଙ୍କ ବାପା ନଦୀକୁ ଡେଇଁ ପଡ଼ିଥିଲେ। ନଦୀର ପ୍ରଖର ସ୍ରୋତରୁ ସେ ତାଙ୍କର ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଆଉ ଜଣେ ଛୁଆର ସନ୍ଧାନ ମିଳୁ ନ ଥିବା ବେଳେ ଦୀର୍ଘ ସମୟ ଧରି ନଦୀରେ ଫସି ରହିଥିଲେ ସେ।

[caption id="attachment_760792" align="aligncenter" width="650"]raygada ବ୍ୟକ୍ତିଜଣଙ୍କୁ ଉଦ୍ଧାର କରାଯାଉଛି।[/caption]

Advertisment

ସେ ପ୍ରାୟ ଘଣ୍ଟାଏ କାଳ ଏକ ପଥରକୁ ଧରି ନଦୀ ମଧ୍ୟରେ ଫସି ରହିଥିବା ବେଳେ ଓଡ୍ରାଫ ଟିମ୍‌ ତାଙ୍କୁ ଉଦ୍ଧାର କରିଥିଲା। ଏଥିସହ ତାଙ୍କର ନିଖୋଜ ୬ ବର୍ଷର ଶିଶୁକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି।

ସୂଚନାଯୋଗ୍ୟ, ନାଗାବଳୀ ନଦୀ ଝୁଲାପୋଲ ନିକଟରେ ନଦୀର ସ୍ରୋତ ପ୍ରଖର ରହୁଥିବା ବେଳେ ତାହାକୁ ଡେଞ୍ଜର ଜୋନ୍‌ ବୋଲି ଘୋଷଣା କରାଯାଇଛି। ଏହାସତ୍ତ୍ୱେ ସେଠାରେ କୌଣସି ସୂଚନା ଫଳକ ଲାଗି ନଥିବାରୁ ଅନେକ ସମୟରେ ପର୍ଯ୍ୟଟକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe