Advertisment

କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ; ଆଖି ବୁଜିଲେ ଜେଜେ ବାପା, ବାପା ଗୁରୁତର

କାମାକ୍ଷାନଗର (ବିଦ୍ୟାଧର ବରାଳ): ଜଣେ ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଘଟିଛି ହତ୍ୟାକାଣ୍ଡ । ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ। ଏହି ଘଟଣାରେ ଉକ୍ତ ଯୁବତୀଙ୍କ ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି।  ମୃତ ‍‍ବ୍ୟକ୍ତି ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ।  ତାଙ୍କ ପୁଅ ମୋହନ ବାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନ ବାଇଙ୍କ […]

author-image
Niharika Rout
ଅଦ୍ୟତନ ହୋଇଛି
କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ; ଆଖି ବୁଜିଲେ ଜେଜେ ବାପା, ବାପା ଗୁରୁତର

attack

କାମାକ୍ଷାନଗର (ବିଦ୍ୟାଧର ବରାଳ): ଜଣେ ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଘଟିଛି ହତ୍ୟାକାଣ୍ଡ । ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି  ଢେଙ୍କାନାଳଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ।

Advertisment

ଏହି ଘଟଣାରେ ଉକ୍ତ ଯୁବତୀଙ୍କ ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି।  ମୃତ ‍‍ବ୍ୟକ୍ତି ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ।  ତାଙ୍କ ପୁଅ ମୋହନ ବାଇ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମୋହନ ବାଇଙ୍କ ଝିଅ ପରଜଙ୍ଗ କଲେଜରେ ପଢ଼ନ୍ତି। ତେବେ କଲେଜ ଗଲା ବେଳେ ଗାଁର କିଛି ଯୁବକ ପ୍ରତିଦିନ ତାଙ୍କୁ କମେଣ୍ଟ ମାରୁଥିଲେ। ଉକ୍ତ ଯୁବକମାନେ ତାଙ୍କୁ ବାରମ୍ବାର କମେଣ୍ଟ ମାରୁଥିବା ନେଇ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

Advertisment

ଏ ନେଇ ଗତକାଲି ସନ୍ଧ୍ୟାରେ ମୋହନ ବାଇ ଝିଅକୁ କମେଣ୍ଟ ନ ମାରିବା ପାଇଁ ଉକ୍ତ ଯୁବକମାନଙ୍କୁ କହିବାକୁ ଯାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଯୁବକମାନେ ମୋହନଙ୍କୁ ଆକ୍ରମଣ କରିଥିଲେ।

ଖବର ପାଇ ମୋହନଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ସମ୍ପୃକ୍ତ ଯୁବକମାନେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳେ ବାଟରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ମୋହନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ପରଜଙ୍ଗ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Murder