Advertisment

ମାର୍କ ଜାଲିଆତି ନେଇ ଚର୍ଚ୍ଚାରେ ଥିଲେ, ଏବେ ବିଜେଡି ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ବିଜୟ ଶଙ୍କର ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ବିଜୟ ଶଙ୍କର ହେଉଛନ୍ତି, ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ। ୨୦୦୭ରେ ଉଭୟ ବାପ-ପୁଅ ରାଜ୍ୟ ସାରା ଚର୍ଚ୍ଚାର ବିଷୟ ପାଲଟିଥିଲେ। ୧୩ ବର୍ଷ ତଳେ ଏହା ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଆଲୋଚନାର ବିଷୟ ଥିଲା। ୧୦ମ ଶ୍ରେଣୀ ମାର୍କ ଜାତିଆତି ମାମଲାରେ ବିଷ୍ଣୁ ଦାସଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ୨୦୦୭ ସେପ୍ଟେମ୍ବର ୮ରେ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ମାର୍କ ଜାଲିଆତି ନେଇ ଚର୍ଚ୍ଚାରେ ଥିଲେ, ଏବେ ବିଜେଡି ବିଧାୟକ ପ୍ରାର୍ଥୀ

bijay

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ବିଜୟ ଶଙ୍କର ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ବିଜୟ ଶଙ୍କର ହେଉଛନ୍ତି, ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ। ୨୦୦୭ରେ ଉଭୟ ବାପ-ପୁଅ ରାଜ୍ୟ ସାରା ଚର୍ଚ୍ଚାର ବିଷୟ ପାଲଟିଥିଲେ।

Advertisment

୧୩ ବର୍ଷ ତଳେ ଏହା ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଆଲୋଚନାର ବିଷୟ ଥିଲା। ୧୦ମ ଶ୍ରେଣୀ ମାର୍କ ଜାତିଆତି ମାମଲାରେ ବିଷ୍ଣୁ ଦାସଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ୨୦୦୭ ସେପ୍ଟେମ୍ବର ୮ରେ ମାର୍କସିଟ୍ ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା। ୨୦୦୬-୨୦୦୭ ଶିକ୍ଷାବର୍ଷରେ ବିଜୟ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେତେବେଳକୁ ତାଙ୍କ ବାପା ବିଷ୍ଣୁ ଦାସ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଥିଲେ। ତାଙ୍କ ଅଧୀନରେ ହିଁ ଥିଲା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)।

ବିଜୟଙ୍କ ମାର୍କ ଅବିଶ୍ୱସନୀୟ ଭାବରେ ବୃଦ୍ଧି କରାଯାଇଥିଲା। ପରୀକ୍ଷାରେ ବିଜୟ ମାତ୍ର ୪୭୮ ମାର୍କ ରଖିଥିବା ବେଳେ ଏହାକୁ ୬୦୨କୁ ବଢ଼ାଇ ଦିଆଯାଇଥିଲା। ଅଭିଯୋଗ ମୁତାବକ, ଓଡ଼ିଆରେ ତାଙ୍କର ୩୯ ମାର୍କ ଥିବା ବେଳେ ଏହାକୁ ୮୯ କରିଦିଆଯାଇଥିଲା। ଇଂରାଜୀରେ ୫୦ ବଦଳରେ ୮୦, ଗଣିତରେ ୪୦ ବଦଳରେ ୬୦, ବିଜ୍ଞାନରେ ୪୦ ବଦଳରେ ୫୦ ଓ ସାମାଜିକ ବିଜ୍ଞାନର ୪୫କୁ ୫୪ କରିଦିଆଯାଇଥିଲା।

Advertisment

ଏଭଳି ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। ଫଳରେ ଅଗଷ୍ଟରେ ନବୀନ ପଟ୍ଟନାୟକ ସରକାରରୁ ବିଷ୍ଣୁ ଦାସଙ୍କୁ ହଟାଇ ଦିଆଯାଇଥିଲା। ଏହାର ଗୋଟିଏ ମାସ ପରେ ୮ ଜଣଙ୍କ ବିରୋଧରେ ଠକେଇ ଓ ମିଥ୍ୟା କାଗଜପତ୍ର ପ୍ରସ୍ତୁତ ଅଭିଯୋଗରେ ଧାରା ୪୬୪, ୪୬୫, ୪୬୮, ୪୭୧, ୪୭୪ ଓ ୧୨୦ (ବି) ଲଗାଇ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା। ହୁଏତ ବହୁ ଲୋକ ଏବେ ଏକଥା ଭୁଲି ଯାଇଥିବେ।

BjD