ବ୍ରହ୍ମପୁର: ବ୍ରହ୍ମପୁର-ଲାଞ୍ଜିପଲୀ ଡବଲ ମର୍ଡର ମାମଲାରେ ଆଜି ବ୍ରହ୍ମପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ବିହାରର ମୁଙ୍ଗେରରୁ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତ ଦ୍ୱୟଙ୍କ ନାମ ଜଣାପଡ଼ିନଥିଲା।
ମୃତ ଦୁଇଜଣ ଲୋକ ଏବଂ ହତ୍ୟାକାରୀ, ଉଭୟ ବିହାରର ବୋଲି ଜଣାପଡିବା ପରେ ପୋଲିସର ୩ ଟି ଟିମ୍ ଓଡିଶା ଏବଂ ଓଡିଶା ବାହାରେ ଛାନ୍ ଭିନ୍ ଚଳାଇଥିଲା। ପୂର୍ବଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତହାତ ହୋଇଥିବା ଦୁଇଜଣ ଓ ସେମାନଙ୍କ ସହଯୋଗୀ ଟ୍ରେନ ଲୁଟେରା ଓ ବ୍ୟବହୃତ ପିସ୍ତଲଗୁଡିକ ବିହାରର ବୋଲି ପୋଲିସ ଜାଣିପାରିଛି । ଅନ୍ୟପଟେ କିଛିବର୍ଷ ହେଲା କିଛି ବିହାରୀ ଲୋକ ବ୍ରହ୍ମପୁରରେ ଆସି ଗୁପ୍ ଚୁପ୍ ଓ ଚାଟ୍ ବିକ୍ରି କରୁଛନ୍ତି । ସେମାନଙ୍କ ସହ ଏହି ଗୁଳିକାଣ୍ଡରେ ନିହତ ଓ ଅପରାଧିକ କିଛି ଲିଙ୍କ୍ ଅଛି କି ନାହିଁ ତାହା ବି ତଦନ୍ତ କରାଯାଉଛି ।
ବୁଧବାର ଦିନ ଛତ୍ରପୁରରେଳ ଷ୍ଟେସନରୁ ଦୁଇଟି ଅଟୋରେ ଆଠ ଜଣ ଲୋକ ବ୍ରହ୍ମପୁର ଆସୁଥିଲେ । ଲାଞ୍ଜିପଲ୍ଲୀ ନିକଟରେ କିଛି ଦୁବୃର୍ତ୍ତ ସେମାନଙ୍କ ଉପରକୁ ଫାୟାରିଂ କରି ଫେରାର ହୋଇଯାଇଥିଲେ । ଗୁଳିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଖୁବ ଶୀଘ୍ର ଅପରାଧୀ ଧରାପଡିବେ ବୋଲି ଆଶା ରଖିଛି ପୋଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।