Advertisment

କରୋନା ଭୟ: ମାସ୍କ ପିନ୍ଧିଲେ ସେବାୟତ, ହାତ ଧୋଇଲେ ଭକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ନେଇ ରାଜ୍ୟରେ ଶଙ୍କା ଯେତିକି କଟକଣା ସେତିକି। ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ସଚେତିତ ହୋଇଛନ୍ତି ଉଭୟ ଭକ୍ତ ଓ ସେବାୟତ। ଶ୍ରୀମନ୍ଦିରରେ ମାସ୍କ ପିନ୍ଧିଛନ୍ତି ସେବାୟତ। ଅରୁଣସ୍ତମ୍ଭ ଛୁଉଁନାହାନ୍ତି ଭକ୍ତ। ସିଂହଦ୍ୱାର ବାରିକେଡ୍ ଦେଇ କାଳିଆ ଦର୍ଶନ ପାଇଁ ଯାଉଥିବା ଦର୍ଶନାର୍ଥୀଙ୍କୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି ମହାମାରୀ ‘କରୋନା’କୁ ନେଇ ସଚେତନ ସମସ୍ତେ। ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗର ନିଷ୍ପତ୍ତି ମୁତାବକ ଆଜି ସବୁ ଭକ୍ତ […]

କରୋନା ଭୟ: ମାସ୍କ ପିନ୍ଧିଲେ ସେବାୟତ, ହାତ ଧୋଇଲେ ଭକ୍ତ

puri1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ନେଇ ରାଜ୍ୟରେ ଶଙ୍କା ଯେତିକି କଟକଣା ସେତିକି। ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ସଚେତିତ ହୋଇଛନ୍ତି ଉଭୟ ଭକ୍ତ ଓ ସେବାୟତ। ଶ୍ରୀମନ୍ଦିରରେ ମାସ୍କ ପିନ୍ଧିଛନ୍ତି ସେବାୟତ। ଅରୁଣସ୍ତମ୍ଭ ଛୁଉଁନାହାନ୍ତି ଭକ୍ତ। ସିଂହଦ୍ୱାର ବାରିକେଡ୍ ଦେଇ କାଳିଆ ଦର୍ଶନ ପାଇଁ ଯାଉଥିବା ଦର୍ଶନାର୍ଥୀଙ୍କୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି ମହାମାରୀ ‘କରୋନା’କୁ ନେଇ ସଚେତନ ସମସ୍ତେ।

Advertisment

ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗର ନିଷ୍ପତ୍ତି ମୁତାବକ ଆଜି ସବୁ ଭକ୍ତ ନିର୍ଦ୍ଦିଷ୍ଟ ଫର୍ମରେ ଦେଉଛନ୍ତି ନିଜସ୍ୱ ବିବରଣୀ। ତା’ସହ ନିର୍ଦ୍ଦେଶ ମୁତାବକ କେହି ମନ୍ଦିର ଭିତରେ ଗରୁଡ଼ ଖମ୍ବକୁ ଛୁଉଁ ନାହାନ୍ତି। ଏପରିକି ଅନ୍ୟ ଦେବଦେବୀଙ୍କୁ ମଧ୍ୟ ସ୍ପର୍ଶ କରୁନାହାନ୍ତି। ଧାଡ଼ି ଦର୍ଶନ ବେଳେ ପରସ୍ପରଠାରୁ ଫୁଟେ କି ଦୁଇ ଫୁଟ୍ ଦୂରତା ବି ବଜାୟ ରଖୁଛନ୍ତି। ସମାନ ଚିତ୍ର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତମାନେ ରେଜିଷ୍ଟ୍ରରରେ ନାଁ ଠିକଣା ଲେଖି ଓ ସାନିଟାଇଜରରେ ହାତ ପରିଷ୍କାର କରି ମନ୍ଦିର ଭିତରକୁ ଯାଉଛନ୍ତି।

ଅନ୍ୟପକ୍ଷରେ ପୁରୀ ଓ କୋଣାର୍କ ଅଭିମୁଖେ ଯାଉଥିବା ପର୍ଯ୍ୟଟକ ଏବଂ ଭକ୍ତଙ୍କୁ ପିପିଲି ଟୋଲ୍‌ ଗେଟ୍‌ରେ ଅଟକାଇ ଯାଞ୍ଚ କରିଛନ୍ତି ଉଭୟ ପୁଲିସ୍ ଓ ପରିବହନ ବିଭାଗ। ଏପରିକି ରାଜ୍ୟ ସହ ଜିଲ୍ଲା ବାହାରୁ ଆସିଥିବା ସବୁ ଗାଡ଼ିକୁ ଫେରାଇ ଦିଆଯାଉଛି। ଏଭଳି ପଦକ୍ଷେପକୁ କେହି କେହି ପ୍ରଶଂସା କରୁଥିବା ବେଳେ ଆଉ କେହି କେହି ବିରୋଧ କରୁଛନ୍ତି।

Advertisment

publive-imageଖାଲି ପୁରୀ କି କୋଣାର୍କ ନୁହେଁ, ରାଜ୍ୟର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିର ଉପରେ ମଧ୍ୟ ପଡ଼ିଛି ‘କରୋନା’ କଟକଣାର ପ୍ରଭାବ। କାକଟପୁରର ମଙ୍ଗଳା ମନ୍ଦିର ଚୈତ୍ର ମାସରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କୌଣସି ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ହୋଇଛି ନିର୍ଦ୍ଦେଶ। ଠିକ ସେମିତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ମଧ୍ୟ ଜାରି ହୋଇଛି ସମାନ କଟକଣା। ସବୁ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଏଠି ହୋଇଛି ବାଧ୍ୟତାମୂଳକ ବ୍ୟବସ୍ଥା।

ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ଜଟଣୀ ନିକଟ ପ୍ରସିଦ୍ଧ ହରିରାଜପୁର ମେଲଣକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ମେଲଣ ପଡ଼ିଆରେ ୧୪୪ ଧାରା ଜାରି କରାଯିବା ସହ ୪ ହଜାର ଦୋକାନ ବନ୍ଦ କରାଯାଇଛି। କେବଳ ଠାକୁରଙ୍କ ନୀତିକାନ୍ତିକୁ ଛାଡ଼ିଦେଲେ ଅନ୍ୟ କାହାରିକୁ ଫଗୁ ସିଞ୍ଚନ ପାଇଁ ଅନୁମତି ଦିଆଯାଉନି। ସେହିପରି ଯାଜପୁରର ଦଶାଶ୍ୱମେଧ ଘାଟରେ ଆସନ୍ତା ୨୧ରେ ହେବାକୁ ଥିବା ମହାବାରୁଣୀ ସ୍ନାନ ଓ ବରାହନାଥ ପୀଠରେ ଯାତ୍ରାକୁ ପ୍ରଶାସନ ବାତିଲ କରି ସାରା ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ଗଜପତିର ଜିରାଙ୍ଗସ୍ଥିତ ବୌଦ୍ଧ ମନ୍ଦିରକୁ ମାର୍ଚ୍ଚ ୩୧ ଯାଏଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କ ପୀଠରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି ପ୍ରତିବନ୍ଧକ।

‘କରୋନା’ ସଂକ୍ରମଣ ବ୍ୟାପିବାର ସବୁଠୁ ଉତ୍‌କୃଷ୍ଟ ସ୍ଥାନ ଭାବେ ଆଶଙ୍କା କରାଯାଉଥିବା ପୁରୀ ବେଳାଭୂମିରେ ଜାରି ହୋଇଛି କଡ଼ା କଟକଣା। ତୁରନ୍ତ ସମୁଦ୍ରକୂଳ ଖାଲି କରିବାକୁ ଉଭୟ ପର୍ଯ୍ୟଟକ ଓ ଉଠା ଦୋକାନୀଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେବା ସହ ହୋଟେଲରେ ଥିବା ଲୋକମାନଙ୍କୁ ପଦାକୁ ନ ବାହାରିବାକୁ ଦିଆଯାଇଛି ପରାମର୍ଶ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe