Advertisment

ସଜାଡ଼ି ହେଉନି କଂଗ୍ରେସର ଅସଜଡ଼ା ଘର: ଘାରିଛି ଦଳ ଡିଆଁ ଭୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେତେ ଚେଷ୍ଟା କଲେ ବି ସଜାଡ଼ି ହେଉନି କଂଗ୍ରେସ ଘର। ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତାଙ୍କ ଦଳ ଡିଆଁ ଭୟ ସେତିକି ବଢୁଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ନାଁ। ଲୋକଙ୍କ ମତ ଅନୁସାରେ ସେ ପଦକ୍ଷେପ ନେବେ ବୋଲି ଯୋଗେଶ କହିବା ପରେ ପୁଣି […]

ସଜାଡ଼ି ହେଉନି କଂଗ୍ରେସର ଅସଜଡ଼ା ଘର: ଘାରିଛି ଦଳ ଡିଆଁ ଭୟ

congress

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେତେ ଚେଷ୍ଟା କଲେ ବି ସଜାଡ଼ି ହେଉନି କଂଗ୍ରେସ ଘର। ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତାଙ୍କ ଦଳ ଡିଆଁ ଭୟ ସେତିକି ବଢୁଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ନାଁ। ଲୋକଙ୍କ ମତ ଅନୁସାରେ ସେ ପଦକ୍ଷେପ ନେବେ ବୋଲି ଯୋଗେଶ କହିବା ପରେ ପୁଣି ଅଡ଼ୁଆରେ ପଡ଼ିଛି କଂଗ୍ରେସ୍‌।

Advertisment

୨୫ ତାରିଖରେ ରାହୁଲ ଓଡ଼ିଶା ଆସିବା ପୂର୍ବରୁ ଏହି ଦୁଇ ବିଧାୟକ 'ହାତ'ର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଯେ କୌଣସି ପ୍ରକାର ଝଟକା ସହିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦମ୍ଭୋକ୍ତି କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ରୋଗ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ନିଜ ସହଯୋଗୀ ଓ ସମର୍ଥକଙ୍କ ସହ ବାରମ୍ବାର ଆଲୋଚନା କରି ନବ ସେମାନଙ୍କ ପରାମର୍ଶ ନେଉଛନ୍ତି। ନିଜ ଅଞ୍ଚଳର ଭୋଟରଙ୍କ ଇଚ୍ଛାକୁ ନଜରରେ ରଖି ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ଦଳ ଡେଇଁବାକୁ ଥିବା ନେତାଙ୍କ ତାଲିକାରେ ସାମିଲ ହୋଇଛି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ନାଁ। ଲୋକଙ୍କ ମତ ଅନୁସାରେ ସେ ପଦକ୍ଷେପ ନେବେ ବୋଲି କହୁଛନ୍ତି।

Advertisment

ତେବେ ନେତାଙ୍କ ଦଳ ଡିଆଁକୁ ଗୁରୁତର ସହ ନେଇନାହାନ୍ତି ନିରଞ୍ଜନ। ସବୁ ପ୍ରକାର ପରସ୍ଥିତିକୁ ସମ୍ମମୁଖୀନ ହେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିଲେ ବି ସେ କେଉଁଠି ସଭା କରିବେ ତାହା ସ୍ଥିର ହୋଇପାରୁନି। ଗୋଷ୍ଠୀ କନ୍ଦଳ ଓ ବିଭିନ୍ନ କମିଟି ଗଠନରେ ବିଳମ୍ବକୁ ନେଇ ଗତବର୍ଷ ଓଡ଼ିଶାରେ ପାଦ ଦେଇ ପାରି ନଥିଲେ ରାହୁଲ। ଏବେ ଦଳକୁ ପଡ଼ିଆ ଚିନ୍ତା ଘାରିଛି। ପ୍ରଥମେ ପାରାଦୀପ, ତା’ପରେ କଟକ ଓ ଏବେ ଭୁବନେଶ୍ୱରରେ ରାହୁଲଙ୍କ କାର୍ଯ୍ୟକ୍ରମ କରିବାକୁ ଚିନ୍ତା କରୁଛି ପିସିସି। କିନ୍ତୁ ଭୁବନେଶ୍ୱରରେ ସଭା କରିବାକୁ ଜାଗା ମିଳୁନି।

ଶାସକ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ଆସନ୍ତା ମାର୍ଚ୍ଚ ଯାଏ ସବୁ ବଡ଼ ବଡ଼ ପଡିଆକୁ ବୁକ୍ କରି ରଖିଥିବା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି।

କଂଗ୍ରେସର ଏପରି ଅଭିଯୋଗର ଉତ୍ତର ରଖିଛି ବିଜେଡି। କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ନିଜ ଅସହାୟତାକୁ ଲୁଚାଇବାକୁ କଂଗ୍ରେସ ଏପରି ଅଭିଯୋଗ ଆଣୁଥିବା ବିଜେଡି କହିଛି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତା ଥିବା ଭୂପିନ୍ଦର ସିଂହ ଅପ୍ରତ୍ୟାଶିତ ଭାବେ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଏହା ଥିଲା ଦଳକୁ ମସ୍ତବଡ଼ ଧକ୍କା। ଆଉ ୨୦୧୯ ପୂର୍ବରୁ ମଧ୍ୟ କଂଗ୍ରେସ ସେହିଭଳି କିଛି ସ୍ଥିତିର ସାମ୍ନା କରିବାର ଆଶଙ୍କା ଜଳ ଜଳ ଦେଖାଯାଉଛି।  ସେ ଦୃଷ୍ଟିରୁ ଏକଜୁଟ୍ ହୋଇ ନିର୍ବାଚନକୁ ସାମ୍ନା କରିବା ଏବେ ପିସିସି ମଙ୍ଗୁଆଳଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe