Advertisment

ଆସିଲା ଫେବ୍ରୁଆରୀ ଗାଇଡଲାଇନ୍: କର୍ଫ୍ୟୁରେ କୋହଳ, ସ୍କୁଲରେ ହେବ ପୂଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍। ନୂଆ ଗାଇଡଲାଇନ୍ ମୁତାବକ, ନାଇଟ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏ ରହିବ। ଜାନୁଆରୀ ମାସରେ ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେଉଥିଲା। ହେଲେ ଫେବୃଆରୀରେ ପୁଣିଥରେ ୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ନୂଆ ଗାଇଡଲାଇନ୍ ଅନୁଯାୟୀ, ଫେବ୍ରୁଆରୀ ମାସରେ ରାତି […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ବ୍ୟାପକ ହେଲା କରୋନା କଟକଣା: ରାତି ୯ରୁ ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଦୋକାନ-ବଜାର

night

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍। ନୂଆ ଗାଇଡଲାଇନ୍ ମୁତାବକ, ନାଇଟ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏ ରହିବ। ଜାନୁଆରୀ ମାସରେ ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେଉଥିଲା। ହେଲେ ଫେବୃଆରୀରେ ପୁଣିଥରେ ୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ।

Advertisment

ନୂଆ ଗାଇଡଲାଇନ୍ ଅନୁଯାୟୀ, ଫେବ୍ରୁଆରୀ ମାସରେ ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ।

ସେହିପରି ନୂଆ ଗାଇଡଲାଇନରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ହୋଇପାରିବ ନାହିଁ। ରାଜ୍ୟ ସରକାର ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ଯ୍ୟକ୍ରମ କରିବାକୁ ମନା କରାଯାଇଛି।

Advertisment

ସେହିପରି ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମା ମନା କରାଯାଇଛି। ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ା ମନା ଯାଇ ପାରିବ ନାହିଁ। ମନ୍ଦିର ପରିସରରେ ବିନା ଭକ୍ତରେ ମାଘ ସପ୍ତମୀ ଓ ମାଘ ମେଳାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଲାଯାଇ ପାରିବ। କୋଭିଡ୍ ପ୍ରୋଟୋକଲ୍ ମାନି ଅଫି କାମ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe