Advertisment

ସୁରତ୍‌ରେ ହେବ ‘ଓଡ଼ିଆ ପର୍ବ’

ସୁରତ୍‌(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଗୁଜୁରାଟର ସୁରତଠାରେ ‘ଓଡ଼ିଶା ପର୍ବ’ର ଆୟୋଜନ କରାଯାଇଛି। ଆସନ୍ତା ୨ ଓ ୩ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ବ୍ୟବସାୟିକ ସହର ସୁରତର ସରସନାଠାରେ ଥିବା Surat International Exhibition and Convention Centre (SIECC)ରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ, ପରମ୍ପରା, ନୃତ୍ୟ, ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେବ। ଓଡ଼ିଶା […]

author-image
Mihir Pattnayak
ଅଦ୍ୟତନ ହୋଇଛି
ସୁରତ୍‌ରେ ହେବ ‘ଓଡ଼ିଆ ପର୍ବ’

k

ସୁରତ୍‌(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଗୁଜୁରାଟର ସୁରତଠାରେ ‘ଓଡ଼ିଶା ପର୍ବ’ର ଆୟୋଜନ କରାଯାଇଛି। ଆସନ୍ତା ୨ ଓ ୩ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Advertisment

ବ୍ୟବସାୟିକ ସହର ସୁରତର ସରସନାଠାରେ ଥିବା Surat International Exhibition and Convention Centre (SIECC)ରେ ଏହି ଉତ୍ସବର ଆୟୋଜନ କରାଯାଇଛି।

ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ, ପରମ୍ପରା, ନୃତ୍ୟ, ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେବ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ତଥା ଓଡ଼ିଶାର କଳା ସଂସ୍କୃତି ପ୍ରତି ଆଗ୍ରହ ରଖୁଥିବା ସୁରତବାସୀ ଲୋକେ ଏହି ଅବସରରେ ଓଡ଼ିଶାକୁ ଦେଖିବାର ସୁଯୋଗ ପାଇବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Advertisment

ଏହି କାର୍ଯ୍ୟକ୍ରମକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣି ଉଦ୍‌ଘାଟନ କରିବେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି ଜଣାପଡିଛି।

କାର୍ଯ୍ୟକ୍ରମ ପୂର୍ବରୁ ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।