Advertisment

ଚାନ୍ଦିପୁର ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ ମତ୍ସ୍ୟଜୀବୀ, ହଠାତ୍ ବାଜିଲା ଗୁଳି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମାଛ ମାରୁଥିଲେ ମତ୍ସ୍ୟଜୀବୀ। ହଠାତ୍ ଦେହରେ ବାଜିଲା ଗୁଳି। ଗୁଳି ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଆଜି ବାଲେଶ୍ୱର ଚାନ୍ଦିପୁରରେ ଏହି ଅଘଟଣ ଘଟିଛି। ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳ ମତ୍ସ୍ୟଜୀବୀଙ୍କୁ ଏହି ଗୁଳି ମାଡ଼ ହୋଇଛି। ମୃତ ମତ୍ସ୍ୟଜୀବୀ ହେଲେ କମଳାକାନ୍ତ ମଝି ଓ ଆହତ ଜଣକ ପଦ୍ମଲୋଚନ ମଲ୍ଲିକ। ସୂଚନା ମୁତାବକ, ଭୁଟୁଭୁଟିରେ ୭ ମତ୍ସ୍ୟଜୀବୀ ଭୁଲବଶତଃ ରେଞ୍ଜ […]

ଅଦ୍ୟତନ ହୋଇଛି
ଡ୍ୟୁଟିରୁ ଫେରିଲା ବେଳେ ଯୁବକଙ୍କ ମୁଣ୍ଡକୁ ଗୁଳିମାଡ଼

gun

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମାଛ ମାରୁଥିଲେ ମତ୍ସ୍ୟଜୀବୀ। ହଠାତ୍ ଦେହରେ ବାଜିଲା ଗୁଳି। ଗୁଳି ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଆଜି ବାଲେଶ୍ୱର ଚାନ୍ଦିପୁରରେ ଏହି ଅଘଟଣ ଘଟିଛି। ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳ ମତ୍ସ୍ୟଜୀବୀଙ୍କୁ ଏହି ଗୁଳି ମାଡ଼ ହୋଇଛି। ମୃତ ମତ୍ସ୍ୟଜୀବୀ ହେଲେ କମଳାକାନ୍ତ ମଝି ଓ ଆହତ ଜଣକ ପଦ୍ମଲୋଚନ ମଲ୍ଲିକ।

Advertisment

ସୂଚନା ମୁତାବକ, ଭୁଟୁଭୁଟିରେ ୭ ମତ୍ସ୍ୟଜୀବୀ ଭୁଲବଶତଃ ରେଞ୍ଜ ଭିତରକୁ ମାଛ ମାରିବାକୁ ଚାଲିଯାଇଥିଲେ। ପରୀକ୍ଷଣ ବେଳେ ଗୁଳି ବାଜିବାରୁ ଭୁଟୁଭୁଟି ମାଲିକ କମଳାକାନ୍ତଙ୍କ ମୃତ୍ୟୁ ହୋଇଛି। ତାଙ୍କ ଡାହାଣ ଛାତିରେ ଗୁଳି ବାଜିଛି। ଭୁଟୁଭୁଟିରେ ଥିବା ଅନ୍ୟ ୫ ମତ୍ସ୍ୟଜୀବୀ ମୃତାହତଙ୍କୁ ଧରି କୂଳରେ ପହଞ୍ଚିଥିଲେ। ପରେ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇବା ପରେ ପୁଲିସ ପହଞ୍ଚି ମତ୍ସ୍ୟଜୀବୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅନ୍ୟ ମତ୍ସ୍ୟଜୀବୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe