Advertisment

ବାଇକ୍‌ ପାର୍କିଂକୁ ନେଇ ଉନ୍ମତ୍ତକାଣ୍ଡ, ୨ ଦୋକାନୀ ହାତାହାତି

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ବାଇକ୍‌ ପାର୍କିଂକୁ ନେଇ ଘଟିଲା ଉନ୍ମତ୍ତକାଣ୍ଡ । ୨ ସମ୍ମୁଖ ଦୋକାନୀଙ୍କ ମଧ୍ୟରେ ହେଲା ଜୋରଦାର ମାରପିଟ୍‌। ଏପରି ଘଟଣା ଗତକାଲି ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ୱାନ ୱେ ଟ୍ରାଫିକ ରୋଡରେ ଘଟିଥିବା ବେଳେ ଏହାର ଫୁଟେଜ ସିସିଟିଭିରେ କଏଦ ହୋଇଛି। ଟ୍ରାଫିକ ରୋଡରେ ଥିବା ସ୍ପୋର୍ଟସ ଦୋକାନ ମାଲିକ ଦୁଇ ଭାଇ ଶୁଭମ୍ ଓ ରାଘବ ଅଗ୍ରୱାଲଙ୍କର ସେମାନଙ୍କ ସମ୍ମୁଖ ଦୋକାନୀ ଅସିତ୍ ପାଣିଗ୍ରାହୀଙ୍କ ସହ ମାରପିଟ ହୋଇଛି। […]

ଅଦ୍ୟତନ ହୋଇଛି
ବାଇକ୍‌ ପାର୍କିଂକୁ ନେଇ ଉନ୍ମତ୍ତକାଣ୍ଡ, ୨ ଦୋକାନୀ ହାତାହାତି

bmp

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ବାଇକ୍‌ ପାର୍କିଂକୁ ନେଇ ଘଟିଲା ଉନ୍ମତ୍ତକାଣ୍ଡ । ୨ ସମ୍ମୁଖ ଦୋକାନୀଙ୍କ ମଧ୍ୟରେ ହେଲା ଜୋରଦାର ମାରପିଟ୍‌। ଏପରି ଘଟଣା ଗତକାଲି ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ୱାନ ୱେ ଟ୍ରାଫିକ ରୋଡରେ ଘଟିଥିବା ବେଳେ ଏହାର ଫୁଟେଜ ସିସିଟିଭିରେ କଏଦ ହୋଇଛି।

Advertisment

ଟ୍ରାଫିକ ରୋଡରେ ଥିବା ସ୍ପୋର୍ଟସ ଦୋକାନ ମାଲିକ ଦୁଇ ଭାଇ ଶୁଭମ୍ ଓ ରାଘବ ଅଗ୍ରୱାଲଙ୍କର ସେମାନଙ୍କ ସମ୍ମୁଖ ଦୋକାନୀ ଅସିତ୍ ପାଣିଗ୍ରାହୀଙ୍କ ସହ ମାରପିଟ ହୋଇଛି।

ସୂଚନା ଅନୁଯାୟୀ, ରାଘବ ନିଜ ବାଇକ୍‌କୁ ଅସିତଙ୍କ ଦୋକାନ ସମ୍ମୁଖରେ ରଖିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏପରିକି କଥା ଧୀରେ ଧୀରେ ବଢ଼ି ତାହା ଉଗ୍ର ରୂପ ଧାରଣ କଲା। ଫଳରେ ଉଭୟଙ୍କ ମଧ୍ୟରେ ବହୁତ ସମୟ ଧରି ମାରପିଟ ଚାଲିଲା।

Advertisment

[caption id="attachment_775044" align="aligncenter" width="650"]bmp ଶୁଭମ ଏକ ବେସ ବଲ୍ ବ୍ୟାଟରେ ଅସିତଙ୍କୁ ପିଟୁଛନ୍ତି।[/caption]

ଏହାଦେଖି ନିଜ ଦୋକାନରେ ଥିବା ଶୁଭମ ବାହାରି ଆସି ଏକ ବେସ ବଲ୍ ବ୍ୟାଟରେ ଅସିତଙ୍କୁ ଆକ୍ରମଣ କରିଥିଲେ। ଫଳରେ ଅସିତଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରାଘବ ଓ ଶୁଭମଙ୍କୁ ଅଟକ ରଖିଥିବା ବେଳେ ଅସିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସେହି ଦୋକାନୀଙ୍କୁ ବାହାରୁ ପିଲା ଡକାଇ ଆକ୍ରମଣ ଓ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ରାଘବ ଓ ରାଘବର ବାପାଙ୍କୁ ଗିରଫ କରିଥିଲା । ଏବେ ପୁଣି ଥରେ ଜିନିଷ ବିକ୍ରି ଓ ବାଇକ୍ ପାର୍କିଂକୁ ନେଇ ପୁଣି ଏକ ହତ୍ୟା ଉଦ୍ୟମ ଘଟଣା ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe