Advertisment

ଭସାଣି ଉତ୍ସବରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁରେ ସରସ୍ୱତୀ ପୂଜା ଭସାଣି ସମୟରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗାଁର ଯୁବକମାନେ ମୁହାଁମୁହିଁ ହୋଇଛି। ଏଥିରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ, ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁର ଯୁବକମାନେ ସରସ୍ୱତୀ ପୂଜା କରିଥିଲେ। ଗତକାଲି ଉଭୟ ଗାଁରେ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା। ହେଲେ ଭସାଣିରେ […]

ଭସାଣି ଉତ୍ସବରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

soro

Advertisment

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁରେ ସରସ୍ୱତୀ ପୂଜା ଭସାଣି ସମୟରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗାଁର ଯୁବକମାନେ ମୁହାଁମୁହିଁ ହୋଇଛି। ଏଥିରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଅନୁସାରେ, ଇଶ୍ୱରପୁର ଓ ମାଟିଆପଲ୍ଲା ଗାଁର ଯୁବକମାନେ ସରସ୍ୱତୀ ପୂଜା କରିଥିଲେ। ଗତକାଲି ଉଭୟ ଗାଁରେ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା। ହେଲେ ଭସାଣିରେ ଡିଜେ ବାଜିବାକୁ କେନ୍ଦ୍ର କରି ଦୁଇ ଗାଁର ଯୁବକମାନେ ମୁହାଁମୁହାଁ ହୋଇଥିଲେ। ଏଥିସହ ଇଶ୍ୱରପୁର ଗାଁର କିଛି ଯୁବକ  ମାଟିଆପଲ୍ଲାର ଜଣେ ବ୍ୟକ୍ତିଙ୍କ ଘରେ ପଶି  ଆସବାବ ପତ୍ର ଏବଂ ଗାଡି  ଭାଙ୍ଗି ଦେଇଥିଲେ। ଏପରିକି ତାଙ୍କ ଆକ୍ରମଣରୁ ଛୋଟ ଛୁଆ ଓ ମହିଳାମାନେ ମଧ୍ୟ ବାଦ ପଡି ନଥିଲେ।

ଉଭୟ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe