Advertisment

ଫ୍ୟାମିଲ କୋର୍ଟ କ୍ୟାମ୍ପସରେ ପିଟାପିଟି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଫ୍ୟାମିଲ କୋର୍ଟ କ୍ୟାମ୍ପସ ପରିସରରେ ପିଟାପିଟି, ମୁଥ ମରାମରି ଓ ଗଳା ଧକ୍କା। ବାଲେଶ୍ୱର ପରିବାର କୋର୍ଟ ପରିସରରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ମୁହାଁମୁହିଁ ପାଟିତୁଣ୍ଡ ବେଳେ ଶଳା ମୋବାଇଲରେ ଫୋଟ ଉତ୍ତୋଳନ କରୁଥିଲା। ଏହା ଦେଖି କିଛି ଓକିଲ ଶାଳକଙ୍କୁ ମାଡ଼ ମାରିବା ସହ ଠେଲାପେଲା କରିଥିଲେ। ଫଳରେ କିଛି ସମୟ ପାଇଁ ପରିବାର ଅଦଲାତ କ୍ୟାମ୍ପସ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାମୀ ସିଦ୍ଧାର୍ଥ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଫ୍ୟାମିଲ କୋର୍ଟ କ୍ୟାମ୍ପସରେ ପିଟାପିଟି

court

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଫ୍ୟାମିଲ କୋର୍ଟ କ୍ୟାମ୍ପସ ପରିସରରେ ପିଟାପିଟି, ମୁଥ ମରାମରି ଓ ଗଳା ଧକ୍କା। ବାଲେଶ୍ୱର ପରିବାର କୋର୍ଟ ପରିସରରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ମୁହାଁମୁହିଁ ପାଟିତୁଣ୍ଡ ବେଳେ ଶଳା ମୋବାଇଲରେ ଫୋଟ ଉତ୍ତୋଳନ କରୁଥିଲା। ଏହା ଦେଖି କିଛି ଓକିଲ ଶାଳକଙ୍କୁ ମାଡ଼ ମାରିବା ସହ ଠେଲାପେଲା କରିଥିଲେ। ଫଳରେ କିଛି ସମୟ ପାଇଁ ପରିବାର ଅଦଲାତ କ୍ୟାମ୍ପସ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ୱାମୀ ସିଦ୍ଧାର୍ଥ ସ୍ୱରୁପ ଜେନାଙ୍କ କହିବା କଥା ତାଙ୍କ ସ୍ତ୍ରୀଙ୍କ ସହିତ ଡିଭର୍ସ କେସ୍ ଚାଲୁଛି। ସେ ପାଞ୍ଚବର୍ଷ ଧରି ପତ୍ନୀଙ୍କୁ ମେଣ୍ଟେନାନ୍ସ ଦେଇ ଚାଲିଛନ୍ତି। ପତ୍ନୀଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପ୍ରାୟ ୧୨ଟି ମାମଲା ରହିଛି। ସେ ଅସହାୟ। ଆଜି କୋର୍ଟରେ କାଉନସିଲିଂ ତାରିଖ ଥିଲା। ଏହା ସରିବା ପରେ ସେ ବାହାରକୁ ଆସିଥିଲେ। ଏହି ସମୟରେ ପତ୍ନୀ ଆକ୍ରମଣ କରିଥିଲେ। ଏହା ଦେଖି ଓକିଲମାନେ ତାଙ୍କୁ ଅଟାକାଇଥିଲେ।

Advertisment

ତେବେ ଏନେଇ ସିଦ୍ଧାର୍ଥଙ୍କ ପତ୍ନୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।