Advertisment

କାଲିଠୁ ଘରକୁ ଘର ଦିଆଯିବ ଫାଇଲେରିଆ ବଟିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲିଠାରୁ ଦିଆଯିବ ଫାଇଲେରିଆ ମେଡିସିନ୍। ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ ଆଧାରରେ ଏହି ମେଡିସିନ୍ ବଣ୍ଟନ କରାଯିବ। ଓଡିଶାରେ ଦୁଇଟି ପର୍ଯ୍ୟାୟରେ “ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ” ହେବ। ତେବେ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୦ ତାରିଖରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, […]

କାଲିଠୁ ଘରକୁ ଘର ଦିଆଯିବ ଫାଇଲେରିଆ ବଟିକା

filaria

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲିଠାରୁ ଦିଆଯିବ ଫାଇଲେରିଆ ମେଡିସିନ୍। ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ ଆଧାରରେ ଏହି ମେଡିସିନ୍ ବଣ୍ଟନ କରାଯିବ। ଓଡିଶାରେ ଦୁଇଟି ପର୍ଯ୍ୟାୟରେ "ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ" ହେବ। ତେବେ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୦ ତାରିଖରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୧୫ଟି ପ୍ରିଭାଲେଣ୍ଟ ଜିଲ୍ଲାରେ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ ହେବ। ସେହି ସବୁ ଜିଲ୍ଲା ଗୁଡ଼ିକରେ ଲୋକଙ୍କୁ ଦୁଇଟି ମେଡିସିନ୍ ଦିଆଯିବ। ଗୋଟିଏ ହେଉଛି ଫାଇଲେରିଆ ମେଡିସିନ୍ ଏବଂ ଅନ୍ୟଟି ହେଲା ଆଲବେଣ୍ଡାଜୋଲ୍। ଏହି ଦୁଇଟି ମେଡିସିନ୍ ୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଦିଆଯିବ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହେବ। ଏହି ୮ ଜିଲ୍ଲା ଗୁଡ଼ିକ ହେଲେ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡା। ବାକି ୭ଟି ଜିଲ୍ଲାରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ। ବାକି ୭ ଜିଲ୍ଲା ହେଲେ ବରଗଡ, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ। ଏହି ଅଭିଯାନ ଆସନ୍ତାକାଲି ରାଜ୍ୟସ୍ତରୀୟ ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାରେ ୧ କୋଟି ୪୦ ଲକ୍ଷ ଲୋକ ସାମିଲ ହେବେ। ଏଥିରେ ପ୍ରାୟ ୫୫ ହଜାର ୫୪୪ ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ଏହାଛଡ଼ା ୫ହଜାର ୫୫୫ ଜଣ ସୁପରଭାଇଜ କରିବେ। ସେଥିପାଇଁ ପୂରା ପ୍ରସ୍ତୁତି ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ଖାଇବେ। ତେବେ ଗର୍ଭବତୀ ମହିଳା, ଅତି ଦୁର୍ବଳ ଲୋକ ଓ ୨ ବର୍ଷରୁ କମ ପିଲାଙ୍କୁ ଏହି ମେଡିସିନ୍ ଦିଆଯିବ ନାହିଁ। ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଅଫିସକୁ ଯାଇ ଔଷଧ ବାଣ୍ଟିବେ ସ୍ୱାସ୍ଥ୍ୟକର୍ମୀ। ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ବେଳେ ସମସ୍ତଙ୍କୁ ଏହି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe