Advertisment

ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଫିଲ୍ମ ପ୍ରଯୋଜକ କୁଶ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ  ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଗତକାଲି ସେ ରାମ ମନ୍ଦିର ଛକ ନିକଟରେ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ୍‌ ତାଙ୍କୁ  ଧକ୍କା ଦେଇଥିଲା।  ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

ଅଦ୍ୟତନ ହୋଇଛି
ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ପରଲୋକ

kusha

Advertisment

ଭୁବନେଶ୍ୱର: ବିଶିଷ୍ଟ ଫିଲ୍ମ ପ୍ରଯୋଜକ କୁଶ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ  ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଗତକାଲି ସେ ରାମ ମନ୍ଦିର ଛକ ନିକଟରେ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ୍‌ ତାଙ୍କୁ  ଧକ୍କା ଦେଇଥିଲା।  ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତାଙ୍କ ବିୟୋଗରେ ସାରା ଓଲିଉଡ୍‌ ସ୍ତବ୍‌ଧ ହୋଇଯାଇଥିବା ବେଳେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। କୁଶ ପଟ୍ଟନାୟକ ଦୀର୍ଘ ଦିନ ଧରି ଫିଲ୍ମ ପ୍ରଯୋଜକ ସଂଘର ସଭାପତି ଥିଲେ। ସେ ‘କଣ୍ଢେଇ ଆଖିରେ ଲୁହ’, ‘କେହି ଜଣେ ଭଲ ଲାଗେ’ ଏବଂ ‘ଚକ୍‌ଲେଟ୍‌’ ଭଳି ହିଟ୍‌ ଫିଲ୍ମ ଗୁଡ଼ିକ ନିର୍ମାଣ କରିଥିଲେ। ତା’ସହ କିଛି ମେଗା ସିରିୟଲ୍‌ ପ୍ରଯୋଜନା ଦାୟିତ୍ୱ ବି ନେଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe