Advertisment

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖ ୨୧କୁ ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଜାନୁଆରୀ ୪ ତାରିଖରେ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ସ୍ଥିର ହୋଇଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଲୋକେ ଆସନ୍ତା ୨୧ ତାରିଖ ଯାଏ ଭୋଟ୍‌ର ତାଲିକା ସଂଶୋଧନ କରିପାରିବେ। ଭୋଟରମାନେ […]

ଅଦ୍ୟତନ ହୋଇଛି
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖ ୨୧କୁ ଘୁଞ୍ଚିଲା

colour-voter-id

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

Advertisment

ଜାନୁଆରୀ ୪ ତାରିଖରେ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ସ୍ଥିର ହୋଇଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଲୋକେ ଆସନ୍ତା ୨୧ ତାରିଖ ଯାଏ ଭୋଟ୍‌ର ତାଲିକା ସଂଶୋଧନ କରିପାରିବେ। ଭୋଟରମାନେ ଚାହିଁଲେ ସେମାନଙ୍କ ନାଁ ଓ ଠିକଣା ପ୍ରଭୃତିକୁ ସଂଶୋଧନ କରି ପାରିବେ। ଏନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି।

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ମାସେ ଯାଏ ୭ଟି ଭ୍ୟାନ୍ ବୁଲିବ। ବର୍ତ୍ତମାନ ଯାଏ ମୋଟ୍ ୧୨ ଲକ୍ଷ ଭୋଟର ସଂଶୋଧନ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତିା ଯେଉଁଥିରେ ରହିଛନ୍ତି ୫ ଲକ୍ଷ ନୂଆ ଭୋଟର। ତାଲିକା ସଂଶୋଧନ ପାଇଁ ମୋଟ ୪ ଲକ୍ଷ ୫୯ ହଜାର ୪୨ଟି ଆବେଦନ ପତ୍ର ହସ୍ତଗତ ହୋଇଛି। ନିର୍ବାଚନ ପାଇଁ ରାଜ୍ୟରେ ୩୭ ହଜାର ୬୦୬ଟି ବୁଥ୍ ରହିଛି। ଯାହା ଚଳିତ ଥର ବଢ଼ିପାରେ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Advertisment

ଚଳିତ ଥର ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପ୍ୟାଟ୍ ମେସିନ୍ ବ୍ୟବହାର କରାଯିବ। ଏନେଇ ପର୍ଯ୍ୟାପ୍ତ ପରିମାଣର ଭିଭିପ୍ୟାଟ୍ ଓ ଇଭିଏମ୍ ପହଞ୍ଚିଥିବା ସୁରେନ୍ଦ୍ର କୁମାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe