Advertisment

ବାତ୍ୟାର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି।  ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି। ୪ ତାରିଖ ସନ୍ଧ୍ୟା ପରେ ଏହାର ଦିଗ ପରିବର୍ତ୍ତନ ହେବ। ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ […]

ଅଦ୍ୟତନ ହୋଇଛି
ବାତ୍ୟାର ରୂପ ନେଲା ଗଭୀର ଅବପାତ

cyclone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି।  ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି। ୪ ତାରିଖ ସନ୍ଧ୍ୟା ପରେ ଏହାର ଦିଗ ପରିବର୍ତ୍ତନ ହେବ।

Advertisment

ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବ। ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ। ଉପକୂଳ ନିକଟବର୍ତ୍ତୀ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ। ଏହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ।

ଏଥିସହ ସେ କହିଛନ୍ତି, ଆସନ୍ତାକାଲି ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଟିକେ ଉଚ୍ଚ ଜୁଆର ଆସିବ। ନିୟମିତ ପ୍ରାୟ ୪ ମିଟର ଉଚ୍ଚ ଜୁଆର ଆସିଥାଏ । ବାତ୍ୟା ଯୋଗୁ ଏହା ଆଉ ୧ ମିଟର ବଢ଼ିବ। ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତ୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେ କହିଛନ୍ତି, ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତଲି’ ଠାରୁ କମ୍ ରହିବ।

Advertisment

ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ। ସେଥିପାଇଁ ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତାକାଲି ମଧ୍ୟାହ୍ନରେ ଶେଷ ହେବ। ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପିଇବା ପାଣି ସାଇତି ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ବାତ୍ୟା ‘ଜୱାଦ’ ମୁକାବିଲା ନେଇ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏନ୍‌ଡିଆର୍‌ଏଫ୍‌ ଡିଜି ଅତୁଲ କରଓ୍ୱାଲ କହିଛନ୍ତି, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ୪୬ଟି ଏନ୍‌ଡିଆର୍‌ଏଫ୍ ଟିମ୍ ପଠାଯାଇଛି। ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି। ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ ଆଇଡିଏସ୍‌ ବି ପ୍ରସ୍ତୁତ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe