Advertisment

ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦ କିଶୋର ସିଂ ୪ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନ ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି ଯେ ଦେଶର ପ୍ରମୁଖ ଆର୍ଥିକ ଶକ୍ତି ହେବା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ପଛରେ ପଡ଼ିଥିବା କୁହାଯାଇନପାରେ । ରାଜ୍ୟରେ ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ବିଚାରବିମର୍ଶ କରାଯିବ। କୃଷି ଋଣ ଛାଡ଼ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ

Finance commission

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦ କିଶୋର ସିଂ ୪ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚଛନ୍ତି।

Advertisment

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନ ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି ଯେ ଦେଶର ପ୍ରମୁଖ ଆର୍ଥିକ ଶକ୍ତି ହେବା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ପଛରେ ପଡ଼ିଥିବା କୁହାଯାଇନପାରେ । ରାଜ୍ୟରେ ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ବିଚାରବିମର୍ଶ କରାଯିବ। କୃଷି ଋଣ ଛାଡ଼ କରିବା ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଓ ଅଫିସରମାନଙ୍କ ସହ ଆଲୋଚନା କରିବେ।

ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁସାରେ ଜାନୁଆରୀ ୮ ଓ ୯ ତାରିଖରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ,ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ପ୍ରତିନିଧି ଓ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ସହ ରାଜ୍ୟର ଆର୍ଥିକ ସ୍ଥିତି ଓ ବିକାଶ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେ ୧୧ ତାରିଖରେ ଓଡ଼ିଶା ଛାଡ଼ିବେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe