/odisha-reporter/media/post_attachments/uploads/2020/07/PDS-777.jpg)
PDS
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଯୋଗୁ ଖାଉଟି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଅଙ୍ଗୁଳିଛାପ ବା ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ନାହିଁ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।/odisha-reporter/media/post_attachments/wp-content/uploads/2020/07/rice-22999.jpg)
Advertisment
ହିତାଧିକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କ ଖାଦ୍ୟ ସାମଗ୍ରୀ ଡିଲର ଠାରୁ ସଂଗ୍ରହ କରିପାରିବେ। କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧,୩୩୦ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ୫୨୫୯ ଚିକିତ୍ସିତ ହେଉଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ଛୁଇଁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
