Advertisment

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼ (ଓଡ଼ିଶା ରିପୋର୍ଟର): “ବିନା ଦୋଷରେ ମୋ ପୁଅକୁ ଏସ୍‌ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’। ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରି ପରୀ କେସ୍‌ରେ ଫସାଇ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏଥିସହ ମାଡ଼ ମାରି […]

author-image
Niharika Rout
ଅଦ୍ୟତନ ହୋଇଛି
ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

arunpari

ନୟାଗଡ଼ (ଓଡ଼ିଶା ରିପୋର୍ଟର): “ବିନା ଦୋଷରେ ମୋ ପୁଅକୁ ଏସ୍‌ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’।

Advertisment

ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରି ପରୀ କେସ୍‌ରେ ଫସାଇ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏଥିସହ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ପୁଅକୁ ବାଧ୍ୟ କରିଥିବା ଏବଂ ତାକୁ ଗାଳି ଗୁଳଜ କରାଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ସରୋଜଙ୍କ ମା’ କହିଛନ୍ତି, ଗତକାଲି ଡେମୋ ଦେଖାଇବାକୁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ  ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ତାକୁ ନେଇଗଲେ। ସେମାନେ ମୋ ପୁଅକୁ କହିଥିଲେ ଯେ ତୁ ଗରୀବ। ତୋର ବାପା ନାହାନ୍ତି। ୫ ଲକ୍ଷ ନେଇ ମାନିଯା।

Advertisment

ସୂଚନାଯୋଗ୍ୟ, ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଦୁଷ୍କର୍ମ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାର ତଦନ୍ତ ଜାରି ରହିବ।

ଗତକାଲି ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରିବା ପରେ ଅଧିକ ପଚରାଉଚରା ପାଇଁ ଏସ୍‌ଆଇଟି ତା’ର ରିମାଣ୍ଡ ଆବେଦନ କରିଥିଲା। ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଏସଆଇଟିକୁ ଅନୁମତି ଦେଇଛନ୍ତି, ଯାହା ଆଜି ଠାରୁ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ : ‘ନଡ଼ିଆ ବାଉଙ୍ଗାର ହେବ ଡିଏନ୍‌ଏ ଟେଷ୍ଟ’ 

Pari Murder Case SIT Investigation