ଟୁଙ୍ଗୁରୁ ଓ ବର୍ଷାଙ୍କ ପାଇଁ ବଢ଼ିଲା ଅଡୁଆ? ଥାନାରେ ଏତଲା

ସାଲେପୁର(ମନୋଜ ଆଚାର୍ଯ୍ୟ): ସୋଶାଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଲା! ସେମାନଙ୍କ ନାଁରେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ହୋଇଛି। ନିଶ୍ଚିନ୍ତକୋଇଲିର ବିଶ୍ୱାସ୍‌ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ ତିଆରି ହୋଇଥିବା ଗୀତ ବନ୍ଦ କରାଯାଉ ବୋଲି ଏତଲାରେ ଦର୍ଶା ଯାଇଛି। ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମକୁ ନେଇ ସୋଶାଲ ମିଡିଆରେ ସେନ୍‌ସେସନ୍‌ ସୃଷ୍ଟି ହୋଇଛି। ଯେତେବେଳେ ଫୁଲମାଳ ଓ ସିନ୍ଦୂର ଧରି ପ୍ରେମିକ […]

Tunguru

Manoranjan Sial
  • Published: Wednesday, 29 June 2022
  • , Updated: 29 June 2022, 04:33 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ସୋଶାଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଲା! ସେମାନଙ୍କ ନାଁରେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ହୋଇଛି। ନିଶ୍ଚିନ୍ତକୋଇଲିର ବିଶ୍ୱାସ୍‌ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ ତିଆରି ହୋଇଥିବା ଗୀତ ବନ୍ଦ କରାଯାଉ ବୋଲି ଏତଲାରେ ଦର୍ଶା ଯାଇଛି।

ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମକୁ ନେଇ ସୋଶାଲ ମିଡିଆରେ ସେନ୍‌ସେସନ୍‌ ସୃଷ୍ଟି ହୋଇଛି। ଯେତେବେଳେ ଫୁଲମାଳ ଓ ସିନ୍ଦୂର ଧରି ପ୍ରେମିକ ପ୍ରବର ଟୁଙ୍ଗୁରୁଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚନ୍ତି ବର୍ଷା, ସେତେବେଳେ ଚର୍ଚ୍ଚାକୁ ଅସେ ଉଭୟଙ୍କ ପ୍ରେମ କାହାଣୀ। ଆଖି ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ବର୍ଷା କୁହନ୍ତି, ମୁଁ ଟୁଙ୍ଗୁରୁଙ୍କୁ ବାହା ହେବି। ଟୁଙ୍ଗୁରୁ ମୋର। ମୁଁ ତାଙ୍କ ପାଇଁ ସ୍ୱାମୀ ଓ ପିଲାକୁ ଛାଡ଼ିଛି। ଯେତେଯାହା ହେଲେ ବି ମୋର ଟୁଙ୍ଗୁରୁ ଭୋଳ ଦର କାର। ତାଙ୍କୁ ବାହା ହେବି ବୋଲି ବର୍ଷା କହୁଥିବା ଦେଖିବାକୁ ମିଳିଥିଲା।

ବର୍ଷାଙ୍କର ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା। ଏହା ପରେ ସାମ୍ନାକୁ ଆସିଥିଲେ ଟୁଙ୍ଗୁରୁ। ବର୍ଷାଙ୍କୁ ନେଇ ନିଜର ଆଭିମୁଖ୍ୟ ରଖିଥିଲେ। ଏହା ପରଠାରୁ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ଆଉ ତିଆରି ହେଇଥିଲା ଭଳିକି ଭଳି ଗୀତ। ଗୀତ ଗୁଡ଼ିକ ସୃତିମଧୁର ଥିବାରୁ ଭାଇରାଲ୍‌ ହେବାରେ ଲାଗିଛି।

ଆଉ ଦି’ ପାଦ ଆଗକୁ ଯାଇ ଟୁଙ୍ଗୁରୁ ନିଜ ପ୍ରେମକୁ ନେଇ ତିଆରି ହୋଇଥିବା ଗୀତରେ ଅଭିନୟ ସହିତ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ସତେ ଯେମିତି ଲାଗୁଛି ଅପବାଦ ଓ କଳଙ୍କ ଏମାନଙ୍କ ପାଇଁ କିଛି ନୁହେଁ। ଏସବୁ ସେମାନଙ୍କ ପାଇଁ ଆମୋଦ ଓ ପ୍ରମୋଦ କଲା ପରି ଲାଗୁଛି। ହେଲେ ସେମାନଙ୍କ ଏପରି କାର୍ଯ୍ୟକୁ କେତେକ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି। ମଙ୍ଗଳବାର ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ନିଶ୍ଚିନ୍ତକୋଇଲିର ବିଶ୍ୱାସ୍‌ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ସୋଶାଲ ମିଡ଼ିଆରେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କର ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଛି, ତାହା ଯୁବପିଢିଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏପରି ଗୀତକୁ ବନ୍ଦ କରାଯାଉ। ଏହାଛଡ଼ା ସେମାନଙ୍କର ପରସ୍ପର ବିରୋଧରେ ଆକ୍ଷେପ ଓ ପ୍ରତିଆକ୍ଷେପ ଯୁବ ପିଢ଼ିକୁ ବିଭ୍ରାନ୍ତ କରୁଥିବା ସହ ସମାଜରେ ଭୁଲ ବାର୍ତ୍ତା ଦେଉଥିବା ଅଭିଯୋଗ କରିଛନ୍ତି।

ତପନ କୁମାର ଜତି କହିଛନ୍ତି-“ଗତ କିଛି ଦିନ ହେଲା ଟୁଙ୍ଗୁରୁ ଓ ବର୍ଷାଙ୍କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଝିଅ ଓ ବୋହୂମାନେ ଅଟୋରେ ଯିବାକୁ ଭୟ କରୁଛନ୍ତି। ଏହି ଚାପ୍‌ଟରକୁ ବନ୍ଦ କରିବା ପାଇଁ ଆମେ ଥାନାରେ ଏତଲା ଦେଇଛୁ। ଟୁଙ୍ଗୁରୁ ଓ ବର୍ଷାଙ୍କ ନେଇ ତିଆରି ହୋଇଥିବା ଗୀତକୁ ବନ୍ଦ କରାଯାଉ।”

Related story