Advertisment

ଥାନାରୁ ହଜିଗଲା ଏତଲା କପି, ନ୍ୟାୟ ଅପେକ୍ଷାରେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସବୁବେଳେ ତତ୍ପର କମିଶନରେଟ ପୁଲିସ୍‌। ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୁଲିସ୍‌ ସବୁବେଳେ ଆକ୍ସନ ମୁଡରେ ରହୁଥିବା ଡିଣ୍ଡିମ ପିଟୁଛି। ହେଲେ ଦେଖିବାକୁ ମିଳିଛି ଫଳ ଓଲଟା। ଅଭିଯୁକ୍ତଙ୍କୁ ଧରିବା ଦୂରର କଥା, ଥାନାରୁ ଗାଏବ ହୋଇଯାଉଛି ଅଭିଯୋଗପତ୍ର। ଏନେଇ ଅଭିଯୋଗକାରୀ ବାରମ୍ବାର ଦୌଡ଼ି ଦୌଡ଼ି ପଚାରିବାରୁ ପୁଣି ଥରେ ଅଭିଯୋଗ ଦିଅ ବୋଲି କୁହାଯାଉଛି। ତେବେ ଥାନାରୁ ଅଭିଯୋଗପତ୍ର କୁଆଡ଼େ ଗାଏବ ହୋଇଯାଉଛି, ଏଥିପାଇଁ କିଏ ଦାୟୀ ସେ […]

ଅଦ୍ୟତନ ହୋଇଛି
ଥାନାରୁ ହଜିଗଲା ଏତଲା କପି, ନ୍ୟାୟ ଅପେକ୍ଷାରେ ଯୁବକ

fir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସବୁବେଳେ ତତ୍ପର କମିଶନରେଟ ପୁଲିସ୍‌। ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୁଲିସ୍‌ ସବୁବେଳେ ଆକ୍ସନ ମୁଡରେ ରହୁଥିବା ଡିଣ୍ଡିମ ପିଟୁଛି। ହେଲେ ଦେଖିବାକୁ ମିଳିଛି ଫଳ ଓଲଟା। ଅଭିଯୁକ୍ତଙ୍କୁ ଧରିବା ଦୂରର କଥା, ଥାନାରୁ ଗାଏବ ହୋଇଯାଉଛି ଅଭିଯୋଗପତ୍ର। ଏନେଇ ଅଭିଯୋଗକାରୀ ବାରମ୍ବାର ଦୌଡ଼ି ଦୌଡ଼ି ପଚାରିବାରୁ ପୁଣି ଥରେ ଅଭିଯୋଗ ଦିଅ ବୋଲି କୁହାଯାଉଛି। ତେବେ ଥାନାରୁ ଅଭିଯୋଗପତ୍ର କୁଆଡ଼େ ଗାଏବ ହୋଇଯାଉଛି, ଏଥିପାଇଁ କିଏ ଦାୟୀ ସେ ନେଇ ନାନା ପ୍ରଶ୍ନ ସୃଷ୍ଟି ହେଉଛି।

Advertisment

ଏପରି ଏକ ଅଭିଯୋଗ ହୋଇଛି ଭୁବନେଶ୍ୱର ମଂଚେଶ୍ୱର ଥାନା ଅଞ୍ଚଳରେ । ଅଭିଯୋଗକାରୀଜଣକ ହେଉଛନ୍ତି ସବ୍ୟସାଚୀ ସାହୁ । ସେ ଗତ କି ୯ ତାରିଖରେ ପଳାଶୁଣିରେ ରାସ୍ତା ପାର୍‌ ହେବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଏନେଇ ତାଙ୍କ ବାପା ଗତ ୧୧ ତାରିଖରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ କରିବାର ୨୫ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ବୁଝ ବୁଝୁ ଅଭିଯୋଗପତ୍ର ହଜି ଯାଇଥିବା ଜଣାପଡ଼ିଥିଲା । ଏପରିକି ଏତଲା କପିର ପତ୍ତା ମିଳିଲାନି।  ଶେଷରେ ସବ୍ୟସାଚୀଙ୍କୁ ଥାନା ଇନ୍ସପେକ୍ଟର ଆଉ ଥରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ କାଲି ପୁଣି ଥରେ ସବ୍ୟସାଚୀଙ୍କ ବାପା ସରୋଜ ସାହୁ ପୁଣି ଥରେ ଥାନାରେ ଏତଲା ଦେଇଥିଲେ ।

Advertisment

ହେଲେ ଥରେ ଏତଲା କପି ହଜି ଯାଇଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଉପରେ ଭରସା କରିପାରୁ ନ ଥିବା ସବ୍ୟସାଚୀ ପୁଲିସ୍‌ କମିଶନରଙ୍କୁ ଭେଟିଥିଲେ । ସେ ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସବ୍ୟସାଚୀ । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏ ସମ୍ପର୍କରେ ସଂପୃକ୍ତ ଥାନାର ଅଧିକାରୀ କିମ୍ବା କମିଶନରେଟ୍ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କମିଶନରେଟ ପୁଲିସ୍‌ ଅଧୀନରେ ଆସୁଥିବା ଥାନା ଅଧିକାରୀଙ୍କ ଏପରି ଖାମଖିଆଲି କାମ ଯୋଗୁ ପୀଡ଼ିତ ବହୁ ହଇରାଣ ହେଉଥିବା ବେଳେ ପୁଲିସ୍‌ ଉପରୁ ତାଙ୍କ ଆସ୍ଥା ତୁଟି ଯାଉଥିବା କହିଛନ୍ତି ।

Odisha Police Bhubaneswar Police Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe